କୋକା-କୋଲା ଫାଉଣ୍ଡେସନ ପକ୍ଷରୁ ସ୍ୱଦେଶୀ ଜରିଆରେ ଓଡ଼ିଶାରେ ସ୍ଥାୟୀ କୃଷି ପ୍ରକଳ୍ପ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କୋକା-କୋଲା ଫାଉଣ୍ଡେସନ ଓଡ଼ିଶା ରାଜ୍ୟରେ ଉନ୍ନତି ଅମ୍ରିତର ଶୁଭାରମ୍ଭ ବିଷୟରେ ଘୋଷଣା କରିଛି । ଫ୍ଲାଗସିପ କାର୍ଯ୍ୟକ୍ରମ ଉନ୍ନତି ପ୍ରକଳ୍ପ ଅଧିନସ୍ଥ , ଯାହାକି ଫଳ ସର୍କୁଲାର ଇକୋନୋମି ପଦକ୍ଷେପର ଏକ ଅଂଶ ଅଟେ ।କୋକା-କୋଲା ଫାଉଣ୍ଡେସନ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏହି ଉନ୍ନତି ଅମ୍ରିତ ପ୍ରକଳ୍ପ ଏକ ଗ୍ରାମୀଣ ବିକାଶ ସଂସ୍ଥା ସ୍ୱଦେଶୀ ସହଭାଗୀତାରେ ପରିଚାଳିତ ହେବ । କୃଷକ ମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଭାରତ ସରକାରଙ୍କ ଆଭିମୁଖ୍ୟକୁ ନେଇ ଏହା ପରିଚାଳିତ ହେବ ।ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଉପସ୍ଥିତିରେ ଆଜି ଓଡ଼ିଶାର ଭୁବନେଶ୍ୱରଠାରେ ଏହି ପ୍ରକଳ୍ପର ଉଦଘାଟନ କରାଯାଇଥିଲା । ସୁକାନ୍ତ ପାଣିଗ୍ରାହୀ, ପ୍ରକଳ୍ପ ନିର୍ଦ୍ଦେଶକ, ସ୍ୱଦେଶୀ, ଶ୍ରୀ ରାଜେଶ ଆୟାପିଲା, ନିର୍ଦ୍ଦେଶକ, ସିଏସଆର ଓ କୋକାକୋଲା ଇଣ୍ଡିଆ ଓ ସାଉଥ ୱେଷ୍ଟ ଏସିଆ,ଡ.ଆଦିତ୍ୟ ପଣ୍ଡା, ବରିଷ୍ଠ ପ୍ରବନ୍ଧକ, ଫ୍ରୁଟ ସର୍କୁଲାର ଇକୋନୋମି, କୋକାକୋଲା ଇଣ୍ଡିଆ ଓ ସାଉଥ ୱେଷ୍ଟ ଏସିଆ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।”ଉନ୍ନତି ଅମ୍ରିତ\’ର ଶୁଭାରମ୍ଭ ସହିତ କୋକାକୋଲା ଫାଉଣ୍ଡେସନ ଓ ସ୍ୱଦେଶୀ ଉତମ କୃଷି ଅଭ୍ୟାସ ଗ୍ରହଣ କରି ଓଡ଼ିଶାରେ ଆମ୍ବ ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ଏହା ବ୍ୟତୀତ କୃଷକମାନଙ୍କ ଦକ୍ଷତା ବୃଦ୍ଧି ସହିତ ସେମାନଙ୍କୁ ସର୍ବଭାରତୀୟ ସର୍ବଶ୍ରେଷ୍ଠ କୌଶଳ ପ୍ରଦାନ କରିବ,ଯଦ୍ୱାରା ସେମାନେ ଉଚ୍ଚ ସାନ୍ଦ୍ରତା ବିଶିଷ୍ଟ ବୃକ୍ଷ ରୋପଣ କରି ଗୁଣମାନର ଉତ୍ପାଦନ କରିପାରିବେ ଓ ଲାଭ ମଧ୍ୟ ଅଧିକ ପାଇବେ । ଆମ୍ବ ଉତ୍ପାଦନରେ ଆତ୍ମ ନିର୍ଭରଶୀଳତା ହାସଲ କରିବାରେ ଏହି ପ୍ରକଳ୍ପ ଜୀବିକା ନିର୍ବାହକୁ ଯଥେଷ୍ଟ ବୃଦ୍ଧି କରିବ ଓ ଆମ୍ବ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବ ।ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ ଯେ କେନ୍ଦ୍ର ସରକାରଙ୍କ କଲ ଫୋରାନ ଆତ୍ମ ନିର୍ଭର ଭାରତକୁ ଓଡ଼ିଶା ସମର୍ଥନ କରୁଛି । କୋକାକୋଲା ଫାଉଣ୍ଡେସନ ଓ ସ୍ୱଦେଶୀର ଉନ୍ନତି ଅମ୍ରିତ ସ୍ଥାୟୀ କୃଷି ପଦକ୍ଷେପ ପୂର୍ବ ଭାରତରେ ଆତ୍ମ ସ୍ଥିରତା ପାଇଁ ପ୍ରେରଣା ଯୋଗାଇବ । କୋକାକୋଲା ଫାଉଣ୍ଡେସନର ପ୍ରକଳ୍ପ ଉନ୍ନତି ଗତ ଦଶନ୍ଦି ମଧ୍ୟରେ ଭାରତରେ ୧୧ଟି ରାଜ୍ୟରେ କୃଷକଙ୍କ ଜୀବନରେ ପରିବର୍ତନ ଆଣିପାରିଛି ଓ ଏହା ସୁଖର କଥାଯେ ଓଡ଼ିଶାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ସଂସ୍ଥାର ଏହି ପଦକ୍ଷେପକୁ ମୁଁ ଧନ୍ୟବାଦ ଜଣାଉଛି । ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଆମ୍ବ ଉତ୍ପାଦନ ବୃଦ୍ଧି ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଜିଲ୍ଲାମାନଙ୍କରେ ଥିବା ବଗିଚାର ନବୀକରଣ କରି ଉତ୍ପାଦନ ବଢାଇବା ।କୋକାକୋଲା ଫାଉଣ୍ଡେସନର ସଭାପତି ସାଡିଆ ମ୍ୟାଡସ୍‌ବର୍ଗ କହିଥିଲେ ଯେ-କୃଷକମାନେ ଭାରତୀୟ ଉଦ୍ୟାନ କୃଷି ପ୍ରଣାଳୀର ମେରୁଦଣ୍ଡ । କୋକାକୋଲା ଫାଉଣ୍ଡେସନରେ ଆମେ ନିଜର ଉତ୍ସକୁ ବ୍ୟବହାର କରି ପ୍ରକଳ୍ପ ଉନ୍ନତି ମାଧ୍ୟମରେ କୃଷକଙ୍କ ଉନ୍ନତିରେ ସହାୟତା କରୁଥିବା ପଦକ୍ଷେପ ପାଇଁ ପାଣ୍ଠି ସହାୟତା କରିବୁ । କୋକାକୋଲା ଫାଉଣ୍ଡେସନର ଏହି ଆର୍ଥିକ ସହାୟତା କୃଷି ଉତ୍ପାଦନ ତଥା ଜୀବିକା ନିର୍ବାହରେ ସହାୟକ ହୋଇ ପାରିବ ।ଶ୍ରୀ ସୁକାନ୍ତ ପାଣିଗ୍ରାହୀ, ପ୍ରକଳ୍ପ ନିର୍ଦ୍ଦେଶକ, ସ୍ୱଦେଶୀ କହିଥିଲେ ଯେ- କୋକାକୋଲା ଫାଉଣ୍ଡେସନ ପକ୍ଷରୁ ଉନ୍ନତି ଅମ୍ରିତ ଶୁଭାରମ୍ଭରେ ଆମେ ଓଡ଼ିଶାରେ ହଜାର ହଜାର ଆମ୍ବ ଚାଷୀଙ୍କ ଜୀବନରେ ଉନ୍ନତି ଆଣିବା ଲକ୍ଷ୍ୟ ରଖିଛୁ । କୋକାକୋଲା ଫାଉଣ୍ଡେସନ ପରି ସଂସ୍ଥା ସହିତ ନିଜକୁ ସହଭାଗୀ କରିପାରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ଉନ୍ନତି ଅମ୍ରିତ ଜରିଆରେ ଆମେ ଉନ୍ନତ ଉଦ୍ୟାନ କୃଷି ସମାଧାନ ସହିତ କୃଷକମାନଙ୍କ ଜୀବନରେ ସକାରାତ୍ମକ ଉନ୍ନତି ଆଣି ପାରିବୁ ।ଉନ୍ନତି ଅମ୍ରିତ ପ୍ରକଳ୍ପରେ ଆମ୍ବ ଉତ୍ପାଦନ ପାଇଁ ରାଜ୍ୟର ପ୍ରମୁଖ ଜିଲ୍ଲାମାନଙ୍କରେ ୧୦,୦୦୦ ଏକ ଜମିରେ ୧୦୦୦୦ରୁ ଅଧିକ ଚାଷୀଙ୍କୁ ସହାୟତା ଯୋଗାଇଦିଆଯିବ । ଉତମ କୃଷି ଅଭ୍ୟାସ ସଂପର୍କିତ ସୂଚନା ଜରୀଆରେ ସେମାନଙ୍କୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇବା ସହ ଅମଳ ପରବର୍ତୀ ପରିଚାଳନା ଓ ବଜାର ସଂଯୋଗ ବ୍ୟବସ୍ଥା ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି ।କୃଷି ଦକ୍ଷତା ବୃଦ୍ଧି, ଅଗ୍ରଗାମୀ ସଂଯୋଗକୁ ମଜବୁତ କରିବା ଓ ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତାକୁ ବଢାଇ ଭାରତୀୟ କୃଷି ଇକୋ ସିଷ୍ଟମକୁ ସମର୍ଥନ କରିବ ଏହି ପ୍ରକଳ୍ପ । ଏହି ପ୍ରକଳ୍ପ ଭାରତରେ ସଫଳ ଦଶନ୍ଦି ପୂରଣ କରିଛି । ବିଗତ ୧୦ ବର୍ଷ ମଧ୍ୟରେ ଭାରତର ୧୧ଟି ରାଜ୍ୟରେ ୩୫୦,୦୦୦ରୁ ଅଧିକ ଚାଷୀଙ୍କୁ ସଶକ୍ତିକରଣ ତଥା ସକ୍ଷମ କରିବାରେ ସାହାଯ୍ୟ କରିଛି ଏବଂ ଓଡ଼ିଶା ଦ୍ୱାଦଶ ସ୍ଥାନରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ