ସ୍ୱଚ୍ଛତା ଅଭିଯାନ ଉପରେ ବିଏମ୍‌ସିକୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜଧାନୀ ଭୁବନେଶ୍ୱରକୁ ସରସ, ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବାକୁ ବିଏମ୍‌ସି ତରଫରୁ ଗତ ୭.୧୦.୨୦୨୨ରିଖରେ ଏକ ୬ ଦଫା ସମ୍ବଳିତ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏଥିରେ ରାସ୍ତାକଡ଼ରେ ବିକ୍ରି କରୁଥିବା ଖାଦ୍ୟବିକାଳୀମାନେ ଗ୍ରାହକମାନଙ୍କୁ ଖାଦ୍ୟ ପରିବେଷଣ କରିବା ସମୟରେ ହାତରେ ଗ୍ଲୋବ୍‌ସ, ମୁଣ୍ଡରେ ଟୋପି, ମାକ୍ସ ଏବଂ ଆପ୍ରୋନ ପିନ୍ଧିବା ସହ ନିଜ ଜାଗାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ବାହାରେ ଅଳିଆ ଆବର୍ଜନା ନ ପକାଇ ଡ଼ଷ୍ଟବିନରେ ପକାଇବା, ଉନ୍ନତମାନର ପୁଷ୍ଟିକର ଖାଦ୍ୟ ତିଆରି କରିବା ଏବଂ ନିଜ ଦୋକାନ ଠାରୁ ୫ ମିଟର ଦୂରତା ପର୍ଯ୍ୟନ୍ତ ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଭଳି ବିଏମ୍‌ସିର ଏପରି ନିର୍ଦ୍ଦେଶନାମାକୁ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ସ୍ୱାଗତ କରିଛି । ଶୁକ୍ରବାର ଦିନ ଟ୍ରଷ୍ଟ ପକ୍ଷରୁ ତିନିନମ୍ବର ସାଇ ମନ୍ଦିରଠାରେ ଟ୍ରଷ୍ଟର ସଭାପତି ପ୍ରତାପ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଏମ୍‌ସି ଜାରି କରିଥିବା ନିର୍ଦ୍ଦଶନାମାକୁ ପାଳନ କରିବା ସହିତ ଭବିଷ୍ୟତରେ ଭୁବନେଶ୍ୱରରେ ୧୪୫ଟି ଉଠାଦୋକାନୀ ସଂଘରେ ଥିବା ଉଠାଦୋକାନୀମାନଙ୍କୁ କିଭଳି ଭାବରେ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରାଯିବ ଏବଂ ଭୁବନେଶ୍ୱରରେ ୬୦ଟି ଭେଣ୍ଡିଂଜୋନରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ବିଏମ୍‌ସି କମିଶନର ଶ୍ରୀଯୁକ୍ତ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ପୂର୍ବରୁ ଆଲୋଚନା କରାଯାଇଥିଲା ଏବଂ ପୁଣି ଆଉଥରେ ଆଲୋଚନା କରାଯାଇ ଦୋକାନୀ ଭାଇମାନଙ୍କର ସବୁ ସମସ୍ୟାର ସମାଧାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଉପସଭାପତି ଧନେଶ୍ୱର ବାରିକ, ନିରଞ୍ଜନ ପାଣ୍ଡେ, ସୂର୍ଯ୍ୟମଣି ସାହୁ, ସୁରେଶ ପଟ୍ଟନାୟକ, ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ, ହେମନ୍ତ କୁମାର ନାୟକ, ଭରତ ସାହୁ, ବିପିନ ବିହାରୀ ଜେନା, ସତ୍ୟ ନାରାୟଣ ମହାପାତ୍ର, ଅନୁ ମିଶ୍ର, କୋଷାଧ୍ୟକ୍ଷ ସୁଦର୍ଶନ ପୃଷ୍ଟି, ମନୋଜ କୁମାର ସାହୁ, ବସନ୍ତ କୁମାର ରାଉତ, ଶୁଭଲକ୍ଷ୍ମୀ ମହାନ୍ତି ପ୍ରମୁଖ ୧୦୦ରୁ ଅଧିକ ସଂଗଠନର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି । ଏତଦ୍‌ବ୍ୟତୀତ ଟ୍ରଷ୍ଟର ଏକ ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ ସବୁଦିନ ପ୍ରତ୍ୟେକ ଅଞ୍ଚଳ ବୁଲି ସ୍ୱଚ୍ଛତା ଉପରେ ଅନୁଧ୍ୟାନ କରି ବିଏମ୍‌ସି କମିଶନଙ୍କୁ ଅବଗତ କରଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ