ପ୍ରାକୃତିକ ବିପର୍ଯୟ ପ୍ରସ୍ତୁତି ବୈଠକ ଏବଂ ଜାତୀୟ ପ୍ରାକୃତିକ ବିପର୍ଯୟ ପ୍ରଶମନ ପାଳନ ପ୍ରସ୍ତୁତି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆଜି ଅପରାହ୍ନରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଜୂମ ମାଧ୍ୟମରେ ପ୍ରାକୃତିକ ବିପର୍ଯୟ ପ୍ରଶମନ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ କରିବା ସହ ପ୍ରାକୃତିକ ବିପର୍ଯୟ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ଦିବସ ପାଳନ ଉପଲକ୍ଷେ ଜିଲ୍ଲା ଶିକ୍ଷାଧିକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, କଳା, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା କରାଇ ସେମାନଙ୍କ ମଧ୍ୟରୁ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କ ନାମ ତାଲିକା ପ୍ରେରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେମାନଙ୍କୁ ଚଳିତ ମାସ ୨୯ ତାରିଖ ଦିନ ଜିଲ୍ଲା ସ୍ତରୀୟ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ୨୯ ତାରିଖ ଦିନ ଜିଲ୍ଲା ସ୍ତରୀୟ ଉତ୍ସବ ପାଳନ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରାତଃ ଘ.୦୭.୩୦ମି. ସମୟରେ ସଚେତନତା ରାଲି କରାଇବା ପାଇଁ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ନିଜନିଜ ବ୍ଲକ୍ ରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କରିବେ । ସେହିଦିନ ବ୍ଲକ୍ ଗୁଡିକରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ବିପର୍ଯ୍ୟୟ ପ୍ରଶମନ ଦିବସ ଉପରେ ପଥପ୍ରାନ୍ତ ନାଟକ କରାଇବା ପାଇଁ ନିଷ୍ପତ୍ତି ନିଆଗଲା । ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକରେ ଏବଂ ଶିଳ୍ପାନୁଷ୍ଠାନ ଗୁଡିକରେ ସଚେତନତା ନିମନ୍ତେ ମକ୍ ଡ୍ରିଲ କରିବା ପାଇଁ ନିଷ୍ପତ୍ତି ନିଆଗଲା । ବିପର୍ଯ୍ୟୟ ସମୟରେ ଯେଉଁମାନେ ଜୀବନକୁ ବିପନ୍ନ କରି କାର୍ଯ୍ୟ କରିଛନ୍ତି ସେମାନଙ୍କ ନାମ ତାଲିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ୨୦ ତାରିଖ ସୁଦ୍ଧା ପ୍ରେରଣ କଲେ ସେମାନଙ୍କୁ ରାଜ୍ୟ ସ୍ତରୀୟ ଉତ୍ସବରେ ସମ୍ମାନୀତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ମତ ପ୍ରକାଶ କରିଥିଲେ । ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ସମସ୍ତ ସାମ୍ବାଦିକଙ୍କ ଜରିଆରେ ବିପର୍ଯ୍ୟୟ ପ୍ରଶମନ ଦିବସ ଉପରେ ଜନ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ କହିଥିଲେ ।ଜୁମ୍ ବୈଠକରେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ ସୁଧାଂଶୁ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ବିନୀତା କୁମାରୀ ସେନାପତି, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ ପରିଡା, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସହକାରୀ ଅଗ୍ନିଶମ ଅଧିକାରୀ , ସହକାରୀ କମାଣ୍ଡାଣ୍ଟ ଅଷ୍ଟମ ବାଟାଲିୟନ୍ (ଓଡ୍ରାଫ୍) ପ୍ରଫୁଲ ସିଂ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଓସଡମା ଅବନୀ କାନ୍ତ ଭୂୟାଁ, ଜିଲ୍ଲା ସଂଯୋଜକ (ଓସଡମା) ଜୀବନ୍ କୁମାର ଛିଞ୍ଚଣୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ