ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଶାରଦୀୟ ସ୍ୱତନ୍ତ୍ର ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟ ତରଫରୁ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ସହଯୋଗରେ ଶାରତୀୟ ସ୍ୱତନ୍ତ୍ର ଶିବିର ସୋମବାର ଆନୁଷ୍ଠାନିକ ଭାବେ ଜାତୀୟ ସେବା ଯୋଜନାର ପତାକା ଉତ୍ତୋଳନ କରାଯାଇ ଉଦ୍‌ଘାଟିତ ହୋଇଯାଇଛି । ଏହି ଶିବିର ୭ ଦିନ ଧରି ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ବିଭିନ୍ନ ବିଷୟ ଉପରେ ପିଲାମାନଙ୍କର ଦକ୍ଷତା ବିକାଶକୁ ଦୃଷ୍ଟିରେ ରଖି ଜାତୀୟ ସେବା ଯୋଜନାର ବହୁ କାର୍ଯ୍ୟକ୍ରମ ଅଫିସରମାନେ ଯୋଗଦେବେ । ଉଦ୍‌ଘାଟନ ଉତ୍ସବରେ ଦୁଇନମ୍ବର ୱାର୍ଡ଼ର କର୍ପୋରେଟର ମୋନାଲିସା ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିବା ପରେ ଶିବିରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସେ ତାଙ୍କର ବକ୍ତବ୍ୟରେ ମୁଁ ଏହି ମହାବିଦ୍ୟାଳୟରେ ପଢି ରାଜନୀତିରେ ଭାଗ ନେଇ ମୋର ଶିକ୍ଷକଙ୍କ ସହିତ ବସି କଥା ହେବାର ସୁଯୋଗ ମୋତେ ଏହି ଜାତୀୟ ଯୋଜନା ଦେଇଛି ବୋଲି କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ସଭାପତିତ୍ୱ କରି ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନଙ୍କୁ ଉଦ୍‌ବୋଧନ ଦେଇ ଶିବିରର ନୀତି, ଆଦର୍ଶ ଓ ଆଭିମୁଖ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହି ଶିବିରରେ ରେଡ଼କ୍ରସର କାର୍ଯ୍ୟକ୍ରମ ଅଧିକାରୀ ପ୍ରବୀଣ କୁମାର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନାର ଗୁରୁତ୍ୱ ସହିତ ପିଲାମାନଙ୍କର ଜୀବନକୁ କିପରି ଶୃଙ୍ଖଳିତ କରିଥାଏ, ତାହା ବର୍ଣ୍ଣନା କରିଥିଲେ । ମହାବିଦ୍ୟାଳୟର ଜାତୀୟ ସେବା ଯେଜାନାର କାର୍ଯ୍ୟକ୍ରମ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଜାତୀୟ ସେବା ଯୋଜନାର ଇତିହାସ ସହିତ ଏବର ସେବାକୁ ନେଇ ପିଲାମାନଙ୍କ ଭିତରେ ଏକ ଆନ୍ଦୋଳନ ସୃଷ୍ଟି କରାଗଲେ ସମାଜର ଅନେକ ଉନ୍ନତି ହୋଇପାରନ୍ତା ବୋଲି ଆହ୍ୱାନ ଦେଇଥିଲେ । ଜାତୀୟ ସେବା ଯୋଜନାର ମହିଳା କାର୍ଯ୍ୟକ୍ରମ ଅଧିକାରୀ ଅନିନ୍ଦିତା ରାୟ ପ୍ରଥମେ ଏକ ସଙ୍ଗୀତ ଗାନ କରିବା ସହିତ ପିଲାମାନେ ବିଶେଷକରି ଝିଅମାନେ ଶୃଙ୍ଖଳା ଜ୍ଞାନରେ ଜୀବନ ବିତାଇଲେ ତାଙ୍କର ଜୀବନ ଶୃଙ୍ଖଳିତ ହୋଇପାରିବ ବୋଲି କହିଥିଲେ । ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ସୁନିଲ କୁମାର ସେଠୀ ପିଲାମାନଙ୍କୁ ଜାତୀୟ ସେବା ଯୋଜନାର ମହତ୍ତ୍ୱ ଓ ଛାତ୍ରଛାତ୍ରୀଙ୍କ ଭିତରେ ତାହାର ଗୁରୁତ୍ୱ ସହିତ ଜୀବନରେ କିପରି ସହଯୋଗ କରିଥାଏ, ତାହା ବର୍ଣ୍ଣନା କରିଥିଲେ । ଜାତୀୟ ସେବା ଯୋଜନାର ଶୁଭେଚ୍ଛୁ ଅଧ୍ୟାପିକା ଡ. ସ୍ୱାତୀ ପଟ୍ଟନାୟକ ଧନ୍ୟବାଦ ଦେଇ ପ୍ରଥମ ଦିନର କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥିଲେ । ସନ୍ଧ୍ୟାରେ ପିଲାମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ