ଶହୀଦ ଜବାନ

ଫଳରେ ଆମର ୨୦ ଜଣ ଜବାନ ଶହୀଦ ହୋଇଥିବା ବେଳେ ଶତୃପକ୍ଷର ୪୨ଜଣ ଜବାନଙ୍କୁ ପ୍ରାଣବଳୀ ଦେବାକୁ ବାଧ୍ୟ କରିଥିଲା । ବିଶ୍ୱ ଜାଣିଲା, ଚୀନ ଅତୀତରେ ଭିଏତନାମ ଭଳି କ୍ଷୁଦ୍ର ଦେଶଠାରୁ ଯୁଦ୍ଧରେ ପରାଜିତ ହୋଇ ହାରିବାରେ ରେକର୍ଡ଼ କରିଛି । କେବେ କୌଣସି ଦେଶ ସହିତ ଯୁଦ୍ଧ କରି ତା’ର ଦକ୍ଷତା ପ୍ରମାଣିତ କରିପାରି ନାହିଁ । କେବଳ ଯେ ଲକ୍ଷ ଲକ୍ଷ ସୈନ୍ୟବାହିନୀ ଚୀନ ରଖିଦେଲେ ଭାରତ ଠାରୁ ବିଜୟୀ ହେବ, ତାହା କଳ୍ପନା କରିବା ବୃଥା ଆସ୍ଫାଳନ । ଏହାର ଜ୍ୱଳନ୍ତ ପ୍ରମାଣ ଏବେ ବିଶ୍ୱବାସୀ ଦେଖୁଛନ୍ତି ୟୁକ୍ରେନ, ରୁଷ ଯୁଦ୍ଧ କ୍ଷେତ୍ରରେ । ୟୁକ୍ରେନ ରୁଷଠାରୁ ଅତିକ୍ଷୁଦ୍ର ଏବଂ କୌଣସି ପ୍ରକାରରେ ରୁଷର ସମକକ୍ଷ ନୁହେଁ, ରୁଷ ଭଳି ବିଶ୍ୱର ଦ୍ୱିତୀୟ ସାମରିକ ଶକ୍ତିକୁ ପାଣି ପିଆଇ ଦେଇଛି । ଏହାହିଁ ଆଜିର ଅତ୍ୟାଧୁନିକ ଯୁଗର ଯୁଦ୍ଧ ଘନଘଟାର ଜ୍ୱଳନ୍ତ ଉଦାହରଣ । ଚୀନର ସରକାରୀ ଖବର କାଗଜ ‘ଗ୍ଲୋବାଲ ଟାଇମ୍‌ସ’ରେ ସେତେବେଳେ ପ୍ରକାଶିତ ହେଲା ଯେ, ଗଲୱାନ ସଂଘର୍ଷରେ ଚୀନର ମାତ୍ର ୫ ଜଣ ଜବାନଙ୍କର ମୃତ୍ୟୁ ହୋଇଛି ଯାହାକି ଅତି ଲଜ୍ଜାଜନକ ଅଟେ । ଲୁଚାଇବା ପାଇଁ ଏଭଳି ମିଥ୍ୟା ଖବର ପ୍ରକାଶ ପାଇଥିଲା । ଏହି ପରିପ୍ରେକ୍ଷୀରେ ଆମ ଦେଶପ୍ରେମର ଘୋର ଅଭାବ ପରିଲକ୍ଷିତ ହୋଇଛି । ଏବେ ବି ମଳିନ ପଡ଼ିଛି ଭାରତମାତାର ନିରୀହ, ସରଳ, ଶାନ୍ତିର ବାତାବରଣ ପରିବେଶରେ ଜନ୍ମିତ ଆମ ସାଧାରଣ ନାଗରିକ ଭାବିବା ପାଇଁ ସମୟ ନାହିଁ । ଅର୍ଥ ଓ ଅନ୍ନ ଚିନ୍ତା ଚମତ୍କାର, ଏଥିରୁ ବା କଣ ମିଳିବ ବୋଲି ଏହି ବିଶ୍ୱାସରେ ଆମେ ବଞ୍ôଚଛେ । ଏହାହିଁ ଆମର ବିଶ୍ୱାସ, ଏହାହିଁ ଆମର ଆଦର୍ଶ ଓ ଏହାହିଁ ଆମର ସର୍ବସ୍ୱ ଅଟେ । ଏଠାରେ ମୋର ପ୍ରଶ୍ନ-ଏହା କଣ ଆମର ସମ୍ମାନ ନା ସ୍ୱାଭିମାନ? ଆମକୁ ଭାବିବାକୁ ପଡ଼ିବ, ଚିନ୍ତା କରିବା ପାଇଁ ପଡ଼ିବ, ଆମକୁ ମନେ ପକାଇବାକୁ ପଡ଼ିବ ଯେ, ୨୦ ହଜାର ବର୍ଷ ପୂର୍ବ ଗାଥାକୁ । ଆମେ ଜାଣୁ, ବିଶ୍ୱର ଦୁଇଶହ ଦେଶ ସେ ସମୟରେ ଗଠନ ହୋଇନଥିଲା । ତାହା ଆଜିର ଦିନରେ ହୋଇଛି । ସମଗ୍ର ଭାରତମାତା ଏହି ପୃଥିବୀରେ ମାଆ ଭାବରେ ଆମ୍ଭେମାନେ ତାରି କୋଳରେ ଜନ୍ମ ନେଇ ଏତେ ଦେଶକୁ ମଧ୍ୟ ଜନ୍ମ ଦେଇପାରିଥିଲା । ସେହି ଭାରତାମାତାର ସମଗ୍ର ଗୋଟିଏ ପୃଥିବୀ ଏବଂ ଦୁଇଶହ ଦେଶର ଜନନୀ ଭାବେ ଆଜି ଜାଗ୍ରତ ଭାରତମାତା ଦଣ୍ଡାୟମାନ ।ତେବେ ଶତୃକୁ କେବେହେଲ ଆମ୍ଭେ ହାଲୁକା ଭାବିବା ନାହିଁ । ଶତୃ ସହିତ ମିତ୍ର ହେବା ଆମର ସଂସ୍କୃତିର ମୂଳମନ୍ତ୍ର ଭିତରେ ରଖି ଯେସାକୁ ତେସା ନୀତି ଆପଣେଇବାର ସମୟ ଏବେ ଆସିଛି । ଆମେ ସଦାସର୍ବଦା ପଡ଼ୋଶୀ ଶତୃର ଆକ୍ରମଣର ଶିକାର ହୋଇ ସାରିଲେଣି । ଏଣିକି ଆମର ଶାନ୍ତିପ୍ରିୟ ରାଷ୍ଟ୍ରକୁ ଅଶାନ୍ତ କରିବା ପାଇଁ ବାଧ୍ୟ କରୁଛନ୍ତି । ମୋର ଦେଶବାସୀ ଦେଶ ପାଇଁ ଚିନ୍ତା କରିବା ଆବଶ୍ୟକ । ଦେଶ ବଞ୍ôଚଲେ ଆମ ପାଇଁ ଅନୁଚିନ୍ତା କରିପାରିବା । ଜବାନମାନେ ଆମର ରକ୍ଷାକବଚ । ତାଙ୍କ ପଛରେ ଆମ୍ଭେ ଛିଡ଼ା ହେବା । ତାଙ୍କର ସାହାସିକତାକୁ ମଜଭୁତ କରିବା । ଶପଥ ନେବା ଆଜ ହେ ଏହି ସ୍ଲୋଗାନ ସାଥୀ ହେ । ମେର ଜବାନ୍ ମହାନ୍ ହେ । ଜବାନ ତୁମ୍ ଆଗେ ଚାଲୋ । ହମ୍ ତୁମାରା ସାଥ ହେ । ଜବତକ ଚୀନ ଆଗେ ବଢୋ, ମେରା ଭାରତ ମହାନ୍ ହେ । ଏହି ବାମ୍ଫ ଚୀନ୍ ପାଇଁ ଆହ୍ୱାନ ହେଉ । ଆମେ ଜାଣିବା ଉଚିତ୍ ଯେ ଚୀନରେ ମରୁଡ଼ି ହେଲା, ଲୋକେ ଖାଇବା ପାଇଁ ନପାଇ ଭୋକରେ ଜୀବନ ଗଲା । ସେଥିପାଇଁ କ’ଣ ଆମର ଜବାନ ଦାୟୀ କି? କାହିଁକି ଆମର ଭାରତମାତାର ଜବାନମାନଙ୍କ ଉପରେ ଲୁଚିଛପି ଚୋରଙ୍କ ଭଳି ଆକ୍ରମଣ କଲା? ନିରୀହ ଜବାନ କାହିଁକି ଅକାରଣରେ ଶହୀଦ ହେଲେ? ଏହାର ଜବାବ ଭାରତମାତା ଆଜିର ଏହି ଅନାବଶ୍ୟକ ଯୁଦ୍ଧ ଦିବସରେ ପ୍ରଶ୍ନ ପଚାରିବା ସହିିତ ଉତ୍ତରକୁ ମଧ୍ୟ ଭାରତମାତା ଅପେକ୍ଷା କରି ରହିଛି । ଏହି ଅନାବଶ୍ୟକ ଯୁଦ୍ଧର ପରିସମାପ୍ତି ଘଟିନାହିଁ ବୋଲି ମୁଁ ଭାବୁଛି । ଯେତେଦିନ ପର୍ଯ୍ୟନ୍ତ ଏହାର ସଠିକ ଉତ୍ତର ମିଳିନାହିଁ, ସେତେଦିନ ପର୍ଯ୍ୟନ୍ତ ଏହି ଦୁଃଖଦଭରା କାହାଣୀର ଗାଥା ଭାରତମାତାର ଜବନାମାନଙ୍କୁ ଭୁତ ଭଳି ଗୋଡ଼ାଉଥିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ