ତୁମ ଅପେକ୍ଷାରେ
ତୁମ ଅପେକ୍ଷାରେ
କାଜଲ ସିଲ୍
ଅପେକ୍ଷାରେ ତୁମ ଦିନ ମୋ ସରିଲା
ତୁମେ ତ ଆସିଲ ନାହିଁ ।
ପ୍ରତୀକ୍ଷାରେ ତୁମ ରାତି ବିତିଗଲା
ତୁମକୁ ପାଇଲି ନାହିଁ ।
ତୁମେ ତୁମେ ବୋଲି କେତେ ମୁଁ ଡାକିଲି
ତୁମେ ତ ଶୁଣିଲ ନାହିଁ ।
ମନକଥା ପୁଣି ମନେ ରହିଗଲା
ପାରିଲିନି କିଛି କହି ।
ପ୍ରେମ ପାଗଳିନୀ ସାଜିଛି ଆଜି ମୁଁ
ତୁମକୁ ଯେ ଭଲପାଇ ।
ତୁମେ ଯଦି ମୋର ନ ହୋଇ ପାରିଲ
ବଞ୍ôଚବି ମୁଁ କାହା ପାଇଁ?
ବିକଳ ନୟନେ ବସି ମୁଁ ରହିଛି
ତୁମରି ବାଟକୁ ଚାହିଁ ।
ଯେଉଁଠି ଅଛ ଆସ ଗୋ ସାଥୀ
ପାଖକୁ ମୋହର ଧାଇଁ ।
କାଜଲ ସିଲ୍
ମୋ : ୯୪୩୯୮୮୯୪୬୭
Ati sundar 🙏