ଦେଶରେ ଖୋଲିବ ୧୦ ହଜାର ନୂଆ ପୋଷ୍ଟ ଅଫିସ୍

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍):ଡିଜିଟାଲ୍ ଜମାନାରେ ଆଉ ପ୍ରାସଙ୍ଗିକତା ହରାଇବନି ପୋଷ୍ଟ ଅଫିସ । ଲୋକଙ୍କୁ ଡାକଘର ସହ ଯୋଡ଼ିବା ପାଇଁ ମୋଦି ସରକାରଙ୍କ ବ୍ୟାପକ ଯୋଜନା । ପୋଷ୍ଟ ଅଫିସ ହେବ ହାଇଟେକ୍ । ୨୦୨୩ ମାର୍ଚ୍ଚ ସୁଦ୍ଧା ଦେଶରେ ଖୋଲିବ ୧୦ ହଜାର ନୂଆ ଡାକ ଘର । ସେଥିମଧ୍ୟରୁ ଓଡ଼ିଶାରେ ୪୧୬ଟି ପୋଷ୍ଟ ଅଫିସ ଖୋଲିବାର ରହିଛି ଯୋଜନା । ଡାକ ଘରେ ଗ୍ରାହକଙ୍କୁ ମିଳିବ ବ୍ୟାଙ୍କିଙ୍ଗ ସହ ଓ ଅନେକ ଆର୍ଥିକ କରାବାର ସେବା । ଏଥିପାଇଁ ୫ହଜାର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ଭାରତ ସରକାରଙ୍କ ଏହି ଯୋଜନାରୁ ସବୁଠୁ ବେଶୀ ଲାଭାନ୍ବିତ ହେବେ ସେହି ଉପାନ୍ତ ଅଞ୍ଚଳର ଲୋକେ ଯେଉଁଠାରେ ବ୍ୟାଙ୍କ ସୁବିଧା ନାହିଁ । କେବଳ ଚିଠି ଦିଆ ନିଆ କିମ୍ବା ଆର୍ଥିକ କାରବାର ନୁହେଁ ଡାକଘରେ ଏଣିକି ଅନେକ ସେବା ଉପଲବ୍ଧ ହେବ । ଏଣିକି ଡାକଘରେ ରେଳ କିମ୍ବା ବିମାନ ଟିକେଟ ବୁକିଂ କରିହେବ, ବିଦ୍ୟୁତ ଓ ଅନ୍ୟ ୟୁଟିଲିଟି ବିଲ ପଇଠ କରିହେବ ଏଥିସହ ବିଭିନ୍ନ ବୀମା ସେବା ମଧ୍ୟ ଡାକଘରେ ମିଳିପାରିବ । ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ପୋଷ୍ଟ ଅଫିସ ମାଧ୍ୟମରେ ସେମାନଙ୍କ ସାମଗ୍ରୀ ବିକ୍ରି କରିପାରିବେ । ଏହାଛଡ଼ା ବିଭିନ୍ନ ସରକାରୀ ଯୋଜନାର ଫାଇଦା ଡାକଘର ମାଧ୍ୟମରେ ଲୋକେ ଉଠାଇପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ