୮୧ତମ ଶହୀଦ ସ୍ମାରକୀ ସ୍ମୃତିସଭା

ନୟାଗଡ଼, (ଯୁଗାବ୍ଦ ନ୍ୟୁଜ):ଏକାଅଶିତମ ପ୍ରଜାମଣ୍ଡଳ ଶହୀଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସମାରୋହ ନୂଆଗାଁ ଓ ଥୁଆମୂଳଠାରେ ଅନୁଷ୍ଠିତ ହୋଇଯାଇଛି । ବିନୋଦ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅମୁଲ୍ୟ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଶହୀଦ ରଘୁ-ଦିବାକର ସ୍ମୃତି ସଂସଦର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା, ଗୋପୀନାଥ ନାୟକ, ବିଶ୍ୱନାଥ ସାହୁ ଯୋଗଦେଇ ଶହୀଦଙ୍କ ଆଦର୍ଶରେ ଆଜିର ଯୁବପିଢ଼ି ଅନୁପ୍ରାଣିତ ହେବାକୁ ବକ୍ତବ୍ୟ ରଖିବା ସହ ମୁଖ୍ୟବକ୍ତା ଚନ୍ଦ୍ର ବିଜୟ ମିଶ୍ର ଶହୀଦଙ୍କ ଆତ୍ମ ବଳିଦାନର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ । ଏଥିସହିତ ନୟାଗଡ଼ ସରକାରଙ୍କ ପକ୍ଷରୁ ଶହୀଦ ସ୍ମୃତିସ୍ତମ୍ଭ ପାଖେ ତୋପ ସଲାମି ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ମାନିତ କରାଯିବା ସହ ରଣଭୂଇଁ ସମ୍ପାଦକ ବ୍ରଜବନ୍ଧୁ ପରିଡ଼ାଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ