ମଲବିନ୍ଦର ଓ ଶିବନ୍ଦରଙ୍କ ବିରୋଧରେ ଏଫ୍ଆଇଆର୍ ଦାଏର

ନୂଆଦିଲ୍ଲୀ, (ଏଜେନ୍ସି): ଦିଲ୍ଲୀ ପୁଲିସି ରେଲିଗେୟର୍ ଏଣ୍ଟରପ୍ରାଇଜ୍ ଲିମିଟେଡ଼୍ର ପ୍ରମୋଟର୍ ମଲବିନ୍ଦର ମୋହନ ସିଂ ଓ ଶିବନ୍ଦର ମୋହନ ସିଂଙ୍କ ଉପରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଓ ବିଶ୍ୱାସଘାତ କରିବା ଅଭିଯୋଗରେ ମାମଲା ଦାଏର କରିଛି । ରେଲିଗେୟରର ଜଣେ ବରିଷ୍ଠ ମ୍ୟାନେଜର୍ଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୁଲିସ୍ର ଆର୍ଥିକ ଅପରାଧ ଶାଖା ଏଫ୍ଆଇଆର୍ ଦାଏର କରିଥିଲେ । ଏଥିରେ ସିଂ ଭ୍ରାତାଙ୍କ ବ୍ୟତୀତ ଆର୍ଇଏଲ୍ର ପୂର୍ବତନ ସିଏମ୍ଡ଼ି ସୁନିଲ୍ ଗୋଧବାନୀ ଓ ଷ୍ଟକ୍ ବ୍ରୋକର୍ ଏନ୍.କେ. ଘୋଷାଲଙ୍କ ବିରୋଧରେ ମାମଲା ଦାଏର କରାଯାଇଛି । ରେଲିଗେୟର୍ଙ୍କ ବିରିଷ୍ଠ ମ୍ୟାନେଜର୍ ଅଭିଯୋଗ କରିଛନ୍ତି ଯେ କମ୍ପାନୀ ଓ ଏହାର ସବ୍ସିଡ଼ିଆରୀ ରେଲିଗେୟର୍ ଫିନ୍ଭେଷ୍ଟ ଲିମିଟେଡ଼୍ (ଆର୍ଏଫ୍ଏଲ୍)ରୁ ଠକେଇ କରାଯାଇଛି । ଏଥିସହ କୋଟି କୋଟି ଟଙ୍କାର ଘୋଟାଲା କେତେକ ଫାଇନାନ୍ସିଆଲ୍ ଟ୍ରାଞ୍ଜାକସ୍ନ ମାଧ୍ୟମରେ କରାଯାଇଛି । ଅଭିଯୋଗ କ୍ରମେ ସିଂ ଭ୍ରାତା ସହ-ଅଭିଯୁକ୍ତମାନଙ୍କ ସହିତ ମିଶି ୨୦୧୬ରେ ଆର୍ଥିକ ଘୋଟାଲା କରିଛନ୍ତି । ଏଥିରେ ଅଭିଯୋଗ କରାଯାଇଛି ଯେ ଏହି ଭାଇ ଦ୍ୱୟ ବିଚାର ବିମର୍ଷ କରି ଅପରାଧିକ ଷଡ଼ଯନ୍ତ୍ର ରଚିଥିଲେ । ଯାହା ମାଧ୍ୟମରେ ବଡ଼ ଧରଣର ଆର୍ଥିକ ଘୋଟାଲା କରାଯାଇଥିଲା । ଅଭିଯୋଗ କର୍ତ୍ତା ଏହି ସମ୍ପତ୍ତିର ସନ୍ଧାନ ଲଗାଇ ଫେରସ୍ତ କରିବାକୁ ଦାବି କରିଛନ୍ତି । ଅଭିଯୋଗରେ କୁହାଯାଇଛି ଯେ ସିଂ ଭ୍ରାତା ଫେବ୍ରୁଆରୀ ୨୦୧୮ ସୁଦ୍ଧା ଆର୍ଇଏଲ୍ର ପ୍ରମୋଟର ଥିଲେ । ତାଙ୍କର ଆର୍ଏଫ୍ଏଲ୍ର ମ୍ୟାନେଜ୍ମେଣ୍ଟ ଉପରେ ଅଧିକ କଣ୍ଟ୍ରୋଲ୍ ରହିଥିଲା । କାହିଁକି ନା ଏହା ଏକ ସବ୍ସିଡ଼ିଆରୀ କମ୍ପାନୀ ଥିଲା । ତେବେ ଏହି ଅଭିଯୋଗ ଏଫ୍ଆଇଆର୍ରେ ସାମିଲ କରାଯାଇଛି । ଏଥିରେ କୁହାଯାଇଛି ଯେ ସିଂ ଭ୍ରାତା ଓ ସୁନିଲ ଗୋଧଭାନୀ ଆର୍ଇଏଲ୍ ଓ ଆର୍ଏଫ୍ଏଲ୍ ସହିତ ଏହାର ସବ୍ସିଡ଼ିଆରୀଜରୁ ଟଙ୍କା ହେର୍ଫେର୍ କରି କର୍ପୋରେଟ୍ ଠକେଇକୁ ଫଳାଫଳ ଦେଇଛନ୍ତି । ପ୍ରକାଶ ଯେ ଆର୍ଇଏଲ୍ ଓ ଆର୍ଏଫ୍ଏଲ୍ ଏହି କଥିତ ଠକେଇର ଯାଞ୍ଚ ପାଇଁ କର୍ପୋରେଟ୍ ଆଫେୟାର୍ସ ମିନିଷ୍ଟ୍ରି ନିକଟରେ ଭିନ୍ନ ଏକ ଅଭିଯୋଗ ଦେଇଛନ୍ତି । ଅଭିଯୋଗ କର୍ତ୍ତାଙ୍କ ଅନୁସାରେ ସିଂ ବ୍ରଦର୍ସ ବିଭିନ୍ନ ବ୍ୟାଙ୍କ୍ ନିକଟରେ ଯେଉଁ ଶେୟାର ବନ୍ଧକ ରଖିଥିଲେ, ତାହାକୁ ଚଳିତ ଫେବ୍ରୁଆରୀରେ ସେହି ବ୍ୟାଙ୍କ୍ଗୁଡ଼ିକ ଜବତ କରିଥିଲେ । ଯଦ୍ୱାରା ସିଂ ବ୍ରଦର୍ସଙ୍କ ଆର୍ଇଏଲ୍ ଓ ଆର୍ଏଫ୍ଏଲ୍ ସହିତ ଏହାର ସବ୍ସିଡ଼ିଆରିଜ୍ ଉପରେ କଣ୍ଟ୍ରୋଲ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି । ଅଭିଯୋଗକର୍ତ୍ତା କହିଛନ୍ତି ଯେ ଏହି ପରିବର୍ତ୍ତନ ଯୋଗୁଁ ନୂଆ ବୋର୍ଡ଼ ଗଠନ କରାଯାଇଛି । ଏଥିରେ ଏପରି ପେଶାଦାରଙ୍କୁ ସାମିଲ କରାଯାଇଛି, ଯେଉଁମାନଙ୍କର ପ୍ରମୋଟରଙ୍କ ସହିତ କୌଣସି ସମ୍ପର୍କ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ