ବାଲେଶ୍ୱରରେ କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା):କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ସମଗ୍ର ଦେଶରେ ଏବେ ଭାରତ ଯୋଡ଼ ଯାତ୍ରା ଜାରି ରହିଥିବା ବେଳେ ପିସିସି ପକ୍ଷରୁ ଅନୁରୂପ ଭାବେ ଓଡ଼ିଶାରେ ଗତ ୩୧ ତାରିଖରୁ ଆରମ୍ଭ ହୋଇଛି ଭାରତ ଯୋଡ଼ ଓଡ଼ିଶା ସମ୍ପର୍କ ପଦଯାତ୍ରା ।ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଶୁକ୍ରବାର ବାଲେଶ୍ୱରରେ ୨୪ କିମି ରାସ୍ତା ଅତିକ୍ରମ ସହ ଅଭିଯାତ୍ରୀ ଦଳ ମୟୂରଭଞ୍ଜ ଜିଲାରେ ପ୍ରବେଶ କରିଛନ୍ତି । ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ଛକରୁ ହଜାର ହଜାର କର୍ମୀ ଓ ସମର୍ଥକଙ୍କୁ ନେଇ ଏହି ପଦଯାତ୍ରା ବାହାରି ସହରର ଷ୍ଟେସନ ଛକ, ସିନେମା ବଜାର, ଫାଣ୍ଡି ଛକ, ଫକୀର ମୋହନ ଗୋଲେଇ ବସ ଷ୍ଟାଣ୍ଡ, ବାଲିଆ ଛକ ଦେଇ ଭୀମପୁରା ଛକରେ ଥିବା ଭୀମେଶ୍ୱର ମଣ୍ଡପରେ ପହଞ୍ଚି ଥିଲା । ସେଠାରୁ ଅପରାହ୍ନ ୪ଟାରେ ଏହି ପଦଯାତ୍ରା ବାହାରି ଜାନୁଗଞ୍ଜ ଗୋଲେଇ ଦେଇ କଳମାସ୍ଥିତ ମୟୁରଭଞ୍ଜ ସୀମା ରେ ପହଞ୍ଚିଥିଲା । ଆଜିର ଏହି ଭାରତଯୋଡ଼ ଓଡ଼ିଶା ସମ୍ପର୍କ ଯାତ୍ରାରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ସୁରେଶ ରାଉତରାୟ ଓ ରାଜନ ଏକ୍କା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଭାରତ ଯୋଡ଼ ଯାତ୍ରାର ଓଡିଶା ମିଡ଼ିଆ ପ୍ରଭାରୀ ପ୍ରକାଶ ମିଶ୍ର, ପ୍ରଦେଶ ମହିଳା କଂଗ୍ରେସ ଅଧ୍ୟକ୍ଷା ବନ୍ଦିତା ପରିଡା, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ,ପିସିସି ମୁଖପାତ୍ର ସୁଦର୍ଶନ ଦାସ ଓ ଅମୀୟ ପାଣ୍ଡବ, ବିଶ୍ୱଜିତ ଦାସ, ପ୍ରଦେଶ ସଂଖ୍ୟାଲଘୁ ସେଲ ସଭାପତି ଜିଆ ଉଲ ହକ, କଂଗ୍ରେସ ମିଡ଼ିଆ ସଂଯୋଜକ ଦୀପକ ମହାପାତ୍ର, ଜାନକୀ ବଲ୍ଲଭ ଟ୍ଟନାୟକ, ରଜନୀ ମହାନ୍ତି, ମନୋଜ ବିଶ୍ୱାଳ, ପ୍ରଦୀପ ମହାପାତ୍ର, ସାଧାରଣ ସମ୍ପାଦକ ମାନସ ଚୌଧୁରୀ ସୁବ୍ରତ ମହାପାତ୍ର, ବିସ୍ମୟ ମହାପାତ୍ର,ପଦ୍ମାକର ଗୁରୁ, ପ୍ରଭାତ ପ୍ରତାପ ସିଂହ, ସଞ୍ଜୟ ତ୍ରିପାଠୀ, ସଞ୍ଜୟ ପଟ୍ଟନାୟକ, ସଞ୍ଜୟ ପଟ୍ଟନାୟକ, ନିହାର ରଞ୍ଜନ ବେହେରା,ଏସ ସି ସେଲ ରାଜ୍ୟ ସଭାପତି ବଙ୍କନିଧି ବେହେରା, ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ ନେତା ନବଜ୍ୟୋତି ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି, ପୂର୍ବତନ ବିଧାୟକ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ, ଓ ଅକ୍ଷୟ ଆଚାର୍ଯ୍ୟ, ନୀଳଗିରି ରାଣୀ ମୋନଜ ମଞ୍ଜରୀ ଦେବୀ, ଜିଲ୍ଲା ଉପ-ସଭାପତି କୃଷ୍ଣ ଗେ।।ଳ ପଣ୍ଡା ଓ ଗୋୀନାଥ ପାଢ଼ୀ, ପିସିସି ସମ୍ପାଦିକା ଅର୍ଚନା ନନ୍ଦୀ, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ସରୋଜ ଲେଙ୍କା, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଜିଲ୍ଲା ସଂଖ୍ୟା ଲଘୁ ସେଲ ସଭାପତି ଶେଖ ଅସଗର, ଶେଖ ଭୋଲା, ଜୀବନ ମହ।।ତ୍ର, ଜୀବନ ମହାପାତ୍ର, ଭବାନୀ ଶଙ୍କର ମହାଳିକ, ସୌରଭ ବେହେରା, ବିକାଶ ଦାସ, ବାସନ୍ତୀ ସାମଲ ପ୍ରମୁଖ ଙ୍କ ସମେତ ସେବାଦଳର କର୍ମୀ ଓ କାର୍ଯ୍ୟକର୍ତ୍ତା ମାନେ ଅଂଶ ଗ୍ରହଣ କରିଥିଲେ । ଭାରତ ବର୍ଷକୁ ଏକତା ସୂତ୍ରରେ ବାନ୍ଧିବା ସାଙ୍ଗକୁ ସାମ୍ପ୍ରଦାୟିକ ଶକ୍ତିର ବିଲୟ ଓ ଦରବୃଦ୍ଧି ବିରୋଧରେ ଏହି ପଦ ଯାତ୍ରା ଆରମ୍ଭ ହୋଇଛି ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ଦେଇଚନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ