ପଦ୍ମପୁର ଉପନିର୍ବାଚନ: ବିଜେପି କଲା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପଦ୍ମପୁରରେ ବାଜିଛି ନିର୍ବାଚନି ବିଗୁଲ। ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତିପ୍ରକାଶ ପରେ ସମସ୍ତ ରାଜନୈତିକ ଦଳ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମସ୍ତ ରାଜନୈତିକ ଦଳ ଆଗାମି ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କଲାବେଳେ ବିଜେପି ପ୍ରାଥୀ ଘୋଷଣା କରିଛି। ବିଜେପି ପକ୍ଷରୁ ଶୁକ୍ରବାର ପ୍ରାର୍ଥୀ ଭାବେ ପଦ୍ମପୁର ପୁର୍ବତନ ବିଧାୟକ ତଥା ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ନାଁ ଘୋଷଣା କରାଯାଇଛି। ପଦ୍ମପୁର ଉପନିର୍ବାଚନ ପାଇଁ ଦଳ ପଦୀପଙ୍କ ଉପରେ ବିଶ୍ବାସ କରିଛି।ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ପରେ ଉଲ୍ଲସିତ ବିଜେପି ପ୍ରଥମେ ତାର ପ୍ରାର୍ଥୀ ଘୋଷଣା କରିଛି। ଅନ୍ୟପକ୍ଷରେ ଶାସକ ବିଜେଡି ଓ କଂଗ୍ରେସ ପକ୍ଷରୁ ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି କୁହାଯାଇଛି। ଗୁରୁବାର ରାଜ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିବା ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନଭେମ୍ୱର୧୬ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ବୋଲି ସ୍ଥିର କରାଯାଇଛି। ଅନ୍ୟପଟେ ପ୍ରଦୀପ ଆସନ୍ତା ନଭେମ୍ୱର ୧୪ରେ ନିଜର ସମର୍ଥକଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି। ନାମାଙ୍କନ ବେଳେ ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ