ଦାଣ୍ଡରେ ପଡ଼ି ହାଟରେ ଗଡୁଚି ବିଜେଡି ଗୋଷ୍ଠି କନ୍ଦଳ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କୋରାପୁଟ ଜିଲ୍ଲା ବିଜେଡିରେ ବିଦ୍ରୋହର ସ୍ୱର। ଦାଣ୍ଡରେ ପଡ଼ି ହାଟରେ ଗଡୁଚି ଗୋଷ୍ଟି କନ୍ଦଳ। ଯାହାର ଝଲକ ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକରେ। ଶହଶହ କର୍ମୀ ଜନ ସମର୍କ ଯାତ୍ରା ଆୟୋଜନ କରି ନିଜ ଶକ୍ତି ପ୍ରଦର୍ଶନ କରାଇଛନ୍ତି। ଖୋଲା ଖୋଲି ଦଳୀୟ ନେତୃତ୍ବକୁ ଚ୍ୟାଲେଞ୍ଜ କରିଛନ୍ତି। ନବୀନଙ୍କୁ ନିଜ ନେତା ସ୍ବୀକାର କରୁଥିଲେବି ସଂଗଠନ ଦାୟିତ୍ଵରେ ଥିବା ନେତା ଜିଲ୍ଲାରେ ବିଭ୍ରାନ୍ତି କରୁଥିବା ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି।ଯାହାକି ଜିଲ୍ଲା ସଂଗଠନରେ ଥିବା ଫାଟକୁ ସ୍ପଷ୍ଟ କରିଛି। ବୈପାରିଗୁଡାରେ ଜିଛି ଦିନ ପୁର୍ବରୁ ଜିଲ୍ଲା ବିଜେଡି ପକ୍ଷରୁ ଜନସଂପର୍କ ଯାତ୍ରା ଆୟୋଜନ କରାଯାଇଥିଲେ ବି ଅନେକାଂଶରେ ନେତାଙ୍କୁ ଅଣଦେଖା କରାଯାଉଛି ଏବଂ ଗତ ପଞ୍ଚାୟତ୍ ନିର୍ବାଚନ ଠାରୁ ଏଭଳି ଜାରି ରହିଥିବା ଅଭିଯୋଗ କରିଛନ୍ତି ଅସନ୍ତୁଷ୍ଟ ନେତା । ତେବେ KCC ବ୍ୟାଙ୍କ ସଭାପତି ନିର୍ବାଚନର ପାର୍ଶ୍ଵ ପ୍ରତିକ୍ରିୟା ବୋଲି ଆକଳନ କରୁଛନ୍ତି ରାଜନୀତି ସମୀକ୍ଷକ। କୋରାପୁଟ ଜିଲ୍ଲା ବିଜେଡି ସଭପତି ଈଶ୍ୱର ପାଣିଗ୍ରାହୀ KCC ବ୍ୟାଙ୍କ ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବବେଳେ ଏହି ପଦ ପାଈଁ ତନ ମନ୍ତ୍ରୀ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ ଆଶାୟୀ ରହିଥିଲେ।କିନ୍ତୁ ତାହା ହୋଇପାରିଲା ନାହିଁ ।ଏବଂ ଏହି ବିଦ୍ରୋହର ସ୍ୱର୍ ଜିଲ୍ଲା ସଂଗଠନ ବିରୁଦ୍ଧରେ ହୋଇଥିବାରୁ ଏଥିରେ ରବି ନଦଙ୍କ ଭୂମିକା ଥାଇପାରେ ବୋଲି ଆକଲନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ