କେନ୍ଦ୍ରାପଡା ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ପରିଚାଳନା ମଣ୍ଡଳୀର ପ୍ରଥମ ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଲିଃ.ର ବଡବାରଙ୍ଗସ୍ଥିତ କାର୍ଯ୍ୟାଳୟରେ ନବ ନିର୍ବାଚିତ ପରିଚାଳନା ମଣ୍ଡଳୀର ପ୍ରଥମ ବୈଠକ ସମିତି ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିଥି ଭାବେ ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ସନ୍ତୋଷ କୁମାର ଦାସ ଓ ଉପସହକାରୀ ନିବନ୍ଧକ ଯୋଗେନ୍ଦ୍ର ନାଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ସମିତିର ଉପସଭାପତି ସଙ୍ଘମିତ୍ରା ସ୍ୱାଇଁ, ନିର୍ଦେଶିକା ସରୋଜିନୀ ସେଠୀ, ବନଲତା ନାୟକ, ନିର୍ଦେଶକ ପବିତ୍ର ଖଟୁଆ, ସଂଗ୍ରାମ କେଶରୀ ବେହେରା, ଅଲେଖ ଜେନା, ରଜତ କୁମାର ବଳ ଓ ସଞ୍ଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସମିତିର ଭାରପ୍ରାପ୍ତ ସମ୍ପାଦକ ତଥା ସମବାୟ ନିରୀକ୍ଷକ ସଚ୍ଚିଦାନନ୍ଦ ଜେନା ସମିତି ପକ୍ଷରୁ ସମସ୍ତଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇଥିଲେ । ବୈଠକରେ ସମିତିର ଜମିଜମା, ଆସବାବପତ୍ର ଓ ଆର୍ଥିକ ସ୍ଥିତି ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରାଯାଇ ଆଗାମୀ ଦିନରେ ସମିତିର ସର୍ବାଙ୍ଗିନ ବିକାଶ କିପରି ହୋଇପାରିବ ସେ ସମ୍ପର୍କରେ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବାକୁ ନିଷତ୍ତି ଗ୍ରହଣ କରାଯାଇଥିଲା । ଏଥିରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକଙ୍କ ସହଯୋଗ କାମନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ