ସାମ୍ବାଦିକ ବିଭୁ ବେହେରାଙ୍କ ବିୟୋଗରେ ବନ୍ତ ପ୍ରେସ୍ କ୍ଲବ ପକ୍ଷରୁ ଶୋକସଭା

ବନ୍ତ, (ଚାନ୍ଦିନୀ ମହାନ୍ତି):ପୂର୍ବତନ ଭଦ୍ରକ ଜିଲା ‘ଧରିତ୍ରୀ’ ପ୍ରତିନିଧି ତଥା ସିଟି ଖବରର କାର୍ଯ୍ୟରତ ଜିଲା ସାମ୍ବାଦିକ ବିଭୁ ପ୍ରସାଦ ବେହେରାଙ୍କ ବିୟୋଗରେ ବନ୍ତ ପ୍ରେସ୍ କ୍ଲବ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ରବିବାର ବନ୍ତସ୍ଥିତ ଜଳସେଚନ କାର୍ଯ୍ୟାଳୟ ଡାକବଙ୍ଗଳା ଠାରେ ପ୍ରେସ୍ କ୍ଲବର ସଭାପତି ପତଞ୍ଜଳୀ କରଶର୍ମାଙ୍କ ତତ୍ତ୍ୱାବଧାନ ତଥା ସାମ୍ବାଦିକ ହରି ନାରାୟଣ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଦିବଗଂତ ସାମ୍ବାଦିକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଅମର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ସାମ୍ବାଦିକ ସନାତନ ରାଉତ, ମାର୍କଣ୍ଡ ଚରଣ ବେହେରା, ପ୍ରଶାନ୍ତ କୁମାର ସାହୁ, ଜ୍ଞାନଦା ପ୍ରସାଦ କରଶର୍ମା, ରମେଶ ଚନ୍ଦ୍ର ପତି, ମାର୍କଣ୍ଡ ଧଡା, ହରେକୃଷ୍ଣ ପତି, ଅସିତ୍ କୁମାର ଓଝା, ପ୍ରଫୁଲ୍ଲ କୁମାର ଦାଶ ଯୋଗ ଦେଇ ସ୍ୱର୍ଗତ ବେହେରା ଜଣେ ନିର୍ଭୀକ, ନିରପେକ୍ଷ ଓ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଥିଲେ ବୋଲି କହିଥିଲେ । ତାଙ୍କ ବିୟୋଗରେ ଜିଲା ସାମ୍ବାଦିକ ଜଗତରେ ଅପୂରଣୀୟ କ୍ଷତି ହୋଇଛି ବୋଲି ବକ୍ତବ୍ୟରେ କହିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ