ମା ବିଲଶାରଳା ମନ୍ଦିରରେ ପୂଜା

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ତେନ୍ତୁଳିପଦା ପଞ୍ଚାୟତ ଅନନ୍ୟ ଶକ୍ତିପୀଠ ମା ବିଲ ଶାରଳା ମନ୍ଦିରରେ ସ୍ବର୍ଗତ ଅକ୍ଷୟ ପରିଜା ଙ୍କ ସ୍ମୃତି ଓ କୃଷ୍ଣଚନ୍ଦ୍ର ମୋହାପତ୍ର ଙ୍କ ମାନସିକ ପୂଜା ଅନୁସ୍ଥିତ ହୋଇଯାଇଛି।ଅକ୍ଷୟ ପରିଜାଙ୍କ ସ୍ମୃତି ଚାରଣ ନିରବ ପ୍ରାର୍ଥନା କରାଯାଇ ମାନସିକ ଅନ୍ନ ପ୍ରସାଦ ଭୋଗ ଓ ଧୂପ ଦୀପ ପୁଷ୍ପ ନିବେଦନ କରାଯାଇ ମା ଙ୍କୁ ପୂଜା କରାଯାଇଥିଲା।କୃଷ୍ଣଚନ୍ଦ୍ର ମୋହାପତ୍ର କର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କୁଜଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ପବିତ୍ର ମୋହନ କର,ତିର୍ତ୍ତୋଲ ଓକିଲ ସଂଘ ଉପସଭାପତି ଟୁକନ ଚରଣ ସେଠି,ଅବସରପ୍ରାପ୍ତ ପୋଲିସ ଅଧିକାରୀ ଉତ୍ତମ ଚରଣ ରାଉତ,ରବୀନ୍ଦ୍ର ଦାଶ, ଭାଗିରଥି ପରିଜା,ବିଷ୍ଣୁ ଚରଣ ସାହୁ,ପ୍ରମୁଖ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଓ ମହିଳା ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ