ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକଙ୍କ ପରଲୋକରେ ଜାମଦା ଅଞ୍ଚଳ ସ୍ତବ୍ଧ!

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ୍ କାଣ୍ଡସର ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସଂସ୍କୃତ ଶିକ୍ଷକ ତଥା ଜଣେ ମହାନ ସମାଜସେବୀ ଅଚିନ୍ତବଲ୍ଲଭ ଗୋସ୍ବାମୀଙ୍କର ଚିକିତ୍ସାଧୀନବସ୍ଥାରେ ଭୂବନେଶ୍ବରର ବ୍ଲୁ ହୁଇଲ୍ ଡାକ୍ତରଖାନାରେ ୬୭ ବର୍ଷ ବୟସରେ ପରଲୋକ ଘଟିଛି |ସ୍ବର୍ଗତ ଗୋସ୍ବାମୀଙ୍କର ଜନ୍ମସ୍ଥାନ ବାଲେଶ୍ବର ଜିଲ୍ଲାର ଭୋଗରାଇ ଅଞ୍ଚଳରେ |୧୯୭୮ ମସିହା ଅକ୍ଟୋବର ୧୧ ତାରିଖରେ ଜାମଦା ବ୍ଲକ କାଣ୍ଡସର ଗ୍ରାମରେ ଏକ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରି ସଂସ୍କୃତ ଶିକ୍ଷକ ଭାବରେ କାର୍ଯ୍ୟକରି ୨୦୧୩ ମସିହାରେ ଅବସର ଗ୍ରହଣ କରିଥିଲେ |ଏହା ପରେ ସେ ତାଳଗାଁ,ଜାମଦା,ହେଁସଡ଼ା ଗ୍ରାମପଞ୍ଚାୟତର କିଛି ଗାଁ ବୁଲି ବୁଲି ରୋଗୀମାନଙ୍କର ସେବା କରିବାର ସୌଭାଗ୍ୟ ଅର୍ଜନ କରିଥିଲେ |କୋରୋନା ମହାମାରୀ ସମୟରେ ଅତି ସାହସ ସହକାରେ କୋରୋନା ରୋଗୀଙ୍କର ଉପଯୁକ୍ତ ସେବା ପ୍ରଦାନ କରିଥିଲେ |କିଛି ଦିନ ପୂର୍ବରୁ ଅସୁସ୍ଥ ହେବାରୁ ତାଙ୍କର ଦୁଇ ପୁତ୍ର ବ୍ଲୁ ହୁଇଲ୍ ଡାକ୍ତରଖାନାରେ ଆଡମିଟ୍ କରିଥିଲେ |୨୭/୧୧/୨୦୨୨ ତାରିଖ ରାତିରେ ପ୍ରାଣବାୟୁ ଛାଡ଼ିଯାଇଥିଲା |୨୮/୧୧/୨୦୨୨ ତାରିଖ ଦିନ ପୁରୀର ସ୍ବର୍ଗଦ୍ବାରରେ ମର ଶରୀରକୁ ଦୁଇପୁତ୍ର ଓ ବୋଧୂ,ଝିଅଜ୍ବାଇଁ ଏବଂ ନାତିନାତୁଣୀଙ୍କ ଉପସ୍ଥିତିରେ ଦାହ କରାଯାଇଛି |ଏ ଖବର ଜାମଦା ବ୍ଲକ ଅଞ୍ଚଳରେ ଜାଣିଲା ପରେ ସମସ୍ତଙ୍କଠାରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ସ୍ତବ୍ଧ ହୋଇପଡ଼ିଛି |ସେ ମିଷ୍ଟଭାଷୀ,ପରୋପକାରୀ,ଦୟାଳୁ,ମେଳାପୀ ଏବଂ ଛାତ୍ରବତ୍ସଳ ଥିଲେ |କାଣ୍ଡସର ନୂତନ ସରକାରୀ ବିଦ୍ୟାଳୟରେ ଶିକ୍ଷକ,ବିଦ୍ୟାର୍ଥୀଗଣ ତତ୍ ସହ ଆଞ୍ଚଳିକ କଲେଜ୍ ତାଳଗାଁ ଠାରେ ଅଧ୍ୟାପକ,ଅଧ୍ୟାପିକା,ବିଦ୍ୟାର୍ଥୀଗଣ,ସ୍ଥାନୀୟ ସରପଞ୍ଚ,ଏବଂ ଅଞ୍ଚଳର ଅଧିବାସୀ ଶୋକସଭା ପାଳନ କରି ତାଙ୍କର ଆତ୍ମାର ସଦଗତି ନିମନ୍ତେ ପ୍ରଭୁଙ୍କଠାରେ ପ୍ରାର୍ଥନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ