ଜିଲ୍ଲା ସାମ୍ବାଦିକ ମାନଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ଅର୍କଶ୍ରୀ ଶିଳ୍ପୀ ବାଟିକା ଠାରେ ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧିନସ୍ଥ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଓ କଲ୍ୟାଣ ବୋର୍ଡ ଦ୍ବାରା ସାମ୍ବାଦିକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ପୁରୀ ଜିଲ୍ଲା ଅନ୍ତର୍ଗତ କୋଣାର୍କ, କାକଟପୁର, ଗୋପ, ନିମାପଡ଼ା, ବଳଙ୍ଗା, ଅସ୍ତରଙ୍ଗ ସମେତ ବିଭିନ୍ନ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ କାର୍ଯ୍ୟରତ ସାମ୍ବାଦିକ ବେତନ ଆୟୋଗ ବିଷୟରେ ଆଲୋଚନା କରାଯିବା ସହ ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଦ୍ଵାରା ପ୍ରସ୍ତାବିତ ନୂଆ ଶ୍ରମ ବିଧାନ ଉପରେ ସାମ୍ବାଦିକ ମାନଙ୍କ ମତ ବିନିମୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଓ କଲ୍ୟାଣ ବୋର୍ଡ, ଭୁବନେଶ୍ବର ଆଂଚଳିକ ନିର୍ଦ୍ଦେଶିକା ସସ୍ମିତା ଭଟ୍ଟ ଓ ପରିବେଶବିତ ଉମେଶ ଚନ୍ଦ୍ର ସ୍ଵାଇଁ ପ୍ରମୁଖ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ଭଟ୍ଟ କହିଥିଲେ ସାମ୍ବାଦିକ ଗଣମାଧ୍ୟମର ଚତୁର୍ଥ ସ୍ତମ୍ଭ। ସେମାନଙ୍କର ଗଠନ ମୂଳକ ଭୂମିକା ଓ ସହଭାଗିତା ସରକାରଙ୍କ ଯୋଜନାକୁ ସମୃଦ୍ଧ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଓ କଲ୍ୟାଣ ବୋର୍ଡର ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମିଶ୍ର ଯୋଗଦେଇ କାର୍ଯ୍ୟକାରୀ ସାମ୍ବାଦିକ ବେତନ ଆୟୋଗର ବିଭିନ୍ନ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ଭାରତ ସରକାରଙ୍କ ନୂତନ ପ୍ରସ୍ତାବିତ ଶ୍ରମ ଆଇନ କିଭଳି ଭାବେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିମନ୍ତେ ଉପଯୋଗୀ ହୋଇପାରିବ ତାହା ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ଅଞ୍ଚଳର ସାମ୍ବାଦିକ ସଂଜୟ ପତି, ଭାଗୀରଥୀ ସ୍ଵାଇଁ, ଅବନୀ ଭୂଷଣ ବାରିକ, ଗୋପର ସାମ୍ବାଦିକ ଭାରତୀ ଭୂଷଣ ଉପାଧ୍ୟାୟ, ସନ୍ତୋଷ ରାୟ, ଅଜୟ ନାୟକ, ଚାରିଛକର ସାମ୍ବାଦିକ କେଦାର ନାଥ ସାହୁଙ୍କ ସମେତ ବିଭିନ୍ନ ଅଞ୍ଚଳର ସାମ୍ବାଦିକ ନୂତନ ପ୍ରସ୍ତାବିତ ଶ୍ରମ ଆଇନ ବିଷୟରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଓ କଲ୍ୟାଣ ବୋର୍ଡର ଶିକ୍ଷା ଅଧିକାରୀ ବସନ୍ତ କୁମାର ପାତ୍ର ବିବରଣୀ ପାଠ କରିଥିବା ବେଳେ ଜାଗେଶ୍ୱରୀ ଯୁବକ ସଂଘର ସଂପାଦକ ନକୁଳ ସ୍ବାଇଁ, ସାମ୍ବାଦିକ ମନୋରଞ୍ଜନ ପଣ୍ଡା, ଆଇନଜୀବୀ ସୁରେଶ ଚନ୍ଦ୍ର ସ୍ଵାଇଁ, ସାମ୍ବାଦିକ ସୁକାନ୍ତ କୁମାର ବିଶ୍ବାଳ ଓ ସମାଜସେବୀ ନିରଂଜନ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦୦ ଜଣ କାର୍ଯ୍ୟରତ ସାମ୍ବାଦିକ ମାନେ ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ