ନୂତନ ରୂପାନ୍ତରିତ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଅଧିନ ପଧାନପଡା ପଞ୍ଚାୟତ ହାଇସ୍କୁଲ, ନିଳୋକ ହାଇସ୍କୁଲ ଓ ସେଣ୍ଢତୀରା ପଞ୍ଚ ।ୟତର ଶିଆଳିଆ ହାଇସ୍କୁଲକୁ ରାଜ୍ୟ ସରକାର ୫-ଟିରେ ଅନ୍ତର୍ଭୁକ୍ତ କରାଇବା ପରେ ଆଜି ଏହି ୩ ବିଦ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡିଓ ପ୍ରଦୀପ କୁମାର ସେଠୀ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ନିର୍ବାଚନ ମଣ୍ଡଳୀ ଯୁବବିଜେଡି ସଭାପତି ବିପିନ ନାୟକ, ବ୍ଲକ ଯୁବବିଜେଡି ସଭାପତି ସତ୍ୟ ସାଧନ ବେଜ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା ଯୋଗ ଦେଇଥିଲେ । ସେହିପରି ନିଳୋକ ହାଇସ୍କୁଲରେ ସରପଞ୍ଚ ରଜନୀ ସେଠୀ, ପୂର୍ବତନ ସରପଞ୍ଚ ଅଶୋକ ମହାନ୍ତି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବଟକୃଷ୍ଣ ମହାନ୍ତି, ପ୍ରଧାନ ଶିକ୍ଷକ ଦୁର୍ଯ୍ୟଧନ ଜେନା, ପଧାନପଡା ପଞ୍ଚାୟତ ହାଇସ୍କୁଲରେ ସରପଞ୍ଚ ଗଜେନ୍ଦ୍ର ସେଠୀ, ପୂର୍ବତନ ସରପଞ୍ଚ ଅଜୟ ବେହେରା, ପଦ୍ମନାଭ ଦାସ, ସେକ୍ ସମୀମ୍ ନୱାଜ୍‌, ସମାଜସେବୀ ସେକ୍ ଜଲାଲଉଦ୍ଦୀନ, ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀ, ଶିଆଳିଆ ହାଇସ୍କୁଲରେ ସରପଞ୍ଚ ପ୍ରଶାନ୍ତ ଦାସ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାମଲ, ହୃଷିକେଶ ପାତ୍ର, ପ୍ରଧାନ ଶିକ୍ଷକ ବେଣୁଧର ନାୟକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ