ଚାରିଛକ ବଜାର କମିଟି ର ନୂତନ କର୍ମକର୍ତ୍ତା ନିର୍ବାଚନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ବଜାର କମିଟି ପକ୍ଷରୁ ଆଜି ଏକ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ବ୍ରହ୍ମକୁଣ୍ଡି ସ୍ଥିତ ବ୍ରହ୍ମେଶ୍ୱର ମହାଦେବ ଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକ ରେ ପୂର୍ବତନ ସଭାପତି ମାନଙ୍କ ସମେତ ବଜାର କମିଟି ର ମୁଖ୍ୟ ୨୬ ଜଣ କର୍ମକର୍ତ୍ତା ଯୋଗ ଦେଇଥିଲେ । ଗୋପବନ୍ଧୁ ମିଷ୍ଟାନ୍ନ ଭଣ୍ଡାର ର ମାଲିକ ମହେନ୍ଦ୍ର ନାୟକ (ବୁଲୁ) ଙ୍କୁ ସର୍ବସମ୍ମତି କ୍ରମେ ନିର୍ଦ୍ଵନ୍ଦ ରେ ନିର୍ବାଚିତ ହୋଇଥିଲେ । ଉପ ସଭାପତି ଭାବେ ଦିଲ୍ଲୀପ ନାୟକ, ସମ୍ପାଦକ ଭାବେ ଗଗନ ମଲ୍ଲିକ ,ସହ ସମ୍ପାଦକ ଭାବେ ଅଶୋକ ପରିଡ଼ା ଓ କୋଷାଧ୍ୟକ୍ଷ ଭାବେ ଜଚିନ୍ଦ୍ର ନାଥ ପରିଡ଼ା ନିର୍ବାଚିତ ହୋଇଥିଲେ।ଏହି ବଜାରରେ ପ୍ରାୟ ୪୦୦ ରୁ ଉର୍ଦ୍ଧ ବ୍ୟବସାୟୀ ବ୍ୟବସାୟ କରୁଛନ୍ତି ।ଶ୍ରୀ ନାୟକ ପୂର୍ବରୁ ଦୁଇଥର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ବେଳେ ବ୍ଲକରେ ଏକ ପଦବୀ ରେ ରହି ସୁନାମ ଅର୍ଜନ କରିଥିଲେ ।ତାଙ୍କର ସହଯୋଗରେ ବଜାର ର ଉନ୍ନତି ହୋଇପାରିବ ବୋଲି ପୂର୍ବତନ ସଭାପତି ରାମଚନ୍ଦ୍ର ସାହୁ ,ବରିଷ୍ଠ ବ୍ୟବସାୟୀ ଇନ୍ଦ୍ରମଣି ସାହୁ, ବନବିହାରୀ ଦାସ ,ସୁମ ବାରିକ ପ୍ରମୁଖ କହିଛନ୍ତି ।ଚାରିଛକ ବଜାରରେ ଶୌଚାଳୟ , ଷ୍ଟ୍ରିଟ ଲାଇଟ୍ ଜଳିବା,ବଜାରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଉପରେ ଗୁରୁତ୍ବ ଦେବେ ବୋଲି ନବ ନିର୍ବାଚିତ ସଭାପତି ଶ୍ରୀ ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ