କାକଟପୁର ବ୍ଳକରେ ଜନଶୁଣାଣି

ନିମାପଡ଼ା,(ସନ୍ତୋଷ ଦାଶ) ସାମାଜିକ ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ପରିପ୍ରେକ୍ଷିରେ ଆଜି ପୁରୀ ଜିଲ୍ଲା କାକଟପୁର ବ୍ଳକ ପରିସରରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁରୀ ଏ ଡି ଏମ, ସବ କଲେକ୍ଟର ଭବଚରଣ ସାହୁ,ଏ ପି ଡି ଏ ରଶ୍ମି ରେଖା ଦାଶ, କାକଟପୁର ତହସିଲଦାର ବିରଞ୍ଚି ନାରାୟଣ ବେହେରା, ମଣ୍ଡଳ ଉନ୍ନୟନ ଅଧିକାରୀ ତୁଷାର ଜ୍ୟୋତି ରଞ୍ଜନ ଓ ବ୍ଳକ ଅଧ୍ୟକ୍ଷ ଶ୍ରୀଧର ନାୟକଙ୍କ ଉପସ୍ଥିତିରେ ମୋଟ ୫୪ ଜଣ ଅଭିଯୋଗକାରୀ ଙ୍କ ଅଭିଯୋଗ ର ଶୁଣାଣୀ କରାଯାଇ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ କାକଟପୁର ବ୍ଳକର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀରେ ନିଜେ ଜିଲ୍ଲାପାଳ ଉପସ୍ଥିତ ରହିବା ଲକ୍ଷ୍ୟରେ ଦୁରଦୂରାନ୍ତରୁ ବହୁ ଅଭିଯୋଗକାରୀ ମାନେ ଆସିଥିଲେ ମଧ୍ୟ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ବହୁ ଅଭିଯୋଗକାରୀ ଅଭିଯୋଗ ନ କରି ଫେରି ଯାଇଥିବା ଦେଖିବାକୁ ମିଳିଛି।ଯାହା ଫଳରେ ଗରିବ ଲୋକଙ୍କ କାମ ହୋଇପାରୁନି ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କାମ ନ ହେବାରୁ ସେମାନେ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିବାକୁ ଆସିଥିଲେ ବୋଲି କହିଥିଲେ।ସେହିପରି ପୁରୀ ଆରକ୍ଷୀ ଅଧିକ୍ଷକ ଆସିଥିଲେ ମଧ୍ଯ ଜରୁରୀ କାମ ପଡିବାରୁ ସେ ମଧ୍ୟ କିଛି ଅଭିଯୋଗ ନ ଶୁଣି ପଳାଇଥିଲେ। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ