ବାଲିଗୁଡା ଉପଖଣ୍ଡକୁ ଜିଲ୍ଲାମାନ୍ୟତା ଦାବୀରେ ଗଠନ ହେଲା ମିଳିତ ମଂଚ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀରେ ଗଠନ ହେଲା ମିଳିତ ମଂଚ । ଏଥି ନିମନ୍ତେ ସ୍ଥାନୀୟ ବୀଭବ ହୋଟେଲ ପରିସରରେ ଏକବୈଠକ ବରିଷ୍ଠ ଆଇନଜୀବି କୌଶିକ ସାହୁଙ୍କ ସଭାପତିତ୍ୱରେ ହୋଇଯାଇଛି । ଆଲୋଚନା ହୋଇଛି ଯେ ରାଜ୍ୟର ବଡ ଉପଖଣ୍ଡ ହେଉଛି ବାଲିଗୁଡା ଉପଖଣ୍ଡ ,ଏଥରେ ୯ଗୋଟି ବ୍ଲକ ରହିଅଛି ଓ ଭୌଗଳିକ ପରିସ୍ଥିତିମଧ୍ୟ ଯଥେଷ୍ଟ ରହିଅଛି । ବାଲିଗୁଡା ଉପଖଣ୍ଡ ଜିଲ୍ଲା ହେବା ପାଇଁ ଯୋଗ୍ୟ ଥିଲେ ବି ଆଜି ପର୍ଯ୍ୟନ୍ତ ଏହାକୁ ଜିଲ୍ଲାର ମାନ୍ୟତାମିଳିନାହିଁ ।ସୁଚନା ଯୋଗ୍େୟଯ କନ୍ଧମାଳ ଜିଲ୍ଲା ୧୮୦ କିମିରୁ ଅଧିକା, ଜିଲ୍ଲାର ସଦରମହକୁମା ଫୁଲାବଣୀକୁ ଅବା ଜିଲ୍ଲାପାଳଙ୍କୁ ଉପାନ୍ତ ବ୍ଲକ କୋଟଗଡ,ତୁମୁଡିବନ୍ଧ,ଦାରିଙ୍ଗବାଡି ଆଦିବ୍ଲକରରେ ରହିଥିବା ଅପହଁଚ ପଂଚାୟତର ଲୋକମାନେ ଜିଲ୍ଲପାଳଙ୍କୁ ଭେଟିବା ପାଇଁ ବା କୌଣସି ଦାବୀ ଉପସ୍ଥାପନ କରିବାକୁ ଗୋଟିଏ ଦିନ ପୁର୍ବରୁ ନିଜ ଗାଁ ବା ଘରୁ ବାହାରିଥାନ୍ତି ଓ ତାପରଦିନ ଜିଲ୍ଲାପାଳଙ୍କୁ ଭେଟି ଗାଁକୁ ଫେରିବା ବେଳେ ରାତି ହୋଇଯାଏ ।ଜିଲ୍ଲାର ସମସ୍ତ ଅଂଚଳକୁ ସମସ୍ତ ସରକାରୀ ସୁବିଧା ପହଁଚିପାରୁନାହିଁ ।ଉପଖଣ୍ଡ ଆଦୀବାସୀ ,ଗିରିଜନ ଓ ପଛୁଆ ବର୍ଗର ଲୋକମାନେ ପ୍ରଶାସନିକ ବ୍ୟବସ୍ଥାର ସୁବିଧା ସୁଯୋଗ ପାଇପାରୁନାହାନ୍ତି ଏଣୁ ବାଲିଗୁଡାକୁ ଜିଲ୍ଲା ଦାବୀରେ ଜନସାଧାରଣ ଗତ ୧୯୯୧ ମସିହାରେ ବାଲିଗୁଡାକୁ ଜିଲ୍ଲା କରିବା ପାଇଁ ଦାବୀ ଉପସ୍ଥାପନା କରିଥିଲେ ।କିନ୍ତୁ ତାହା ଫଳପ୍ରଦ ହୋଇନଥିଲା ।ଏହି ଉପଖଣ୍ଡକୁ ପୁଣି ଜିଲ୍ଲା କରିବାକୁ ମିଳିତମଂଚ ଦାବୀ କରିଛନ୍ତି ଏବଂ ଆସନ୍ତା ଡିସେମ୍ବର ୯ ତାରିଖ ଅପରାହ୍ନ ୫ଟାରେ ପୁଣି ଏକ ବୈଠକ କରିବାକୁ ଏହି ମଂଚ ସ୍ଥିର କରିଛନ୍ତି ଏହି ବୈଠକରେ ଓକିଲ ସଂଘ,ବଣିକ ସଂଘ,ବସମାଲିକ ସଂଘ,ଅଟୋ ସଂଘ.ସାମ୍ବାଦିକ ସଂଘ ଆଦି ବିିଭିନ୍ନ ସଂଘ ମାନେ ଏଥିରେ ଯୋଗ ଦେବେ । ଆଜିର ବୈଠକ ରେ ଆଇନଜୀବି କୌଶିକ ସାହୁଙ୍କ ସମେତ ,ମାପାଟଖଣ୍ଡା ଦୁର୍ଗା ପୁଜା ସମିତିର ସଭାପତି ଲୋକନାଥ ପାଢୀ,ଡ.ବିଚିତ୍ରା ନନ୍ଦ ଆଚାର୍ଯ୍ୟ,ଓକିଲ କ୍ଷମା ସାଗର ପ୍ରଧାନ,ଅବନୀ ନାୟକ,ବିଭୁତି ଭୁଷଣ ଆଚାର୍ଯ୍ୟ.ସପ୍ନେଶ୍ୱର ସାହୁ,ଉପଖଣ୍ଡ କଳାକାର ସଂଘର ଦେବରାଜ କୈର୍ବତ,ଶୁକଦେବ ନାୟକ,ରଂଜିତ ସାହୁ.ସାମ୍ବାଦିକ ଭଗବତୀ ପ୍ରସାଦ ସାବତ,ଅସିତ ବେହେରା,ଚିତ ରଂଜନ ନାୟକ.ସୁରେଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ