ଚମାଖଣ୍ଡି ପଞ୍ଚାୟତ ରେ ଆମ ପୋଲିସ ସମିତି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ଚମାଖଣ୍ଡି ଥାନା ଆମ ପୋଲିସ ସମିତି ବୈଠକ ଚମାଖାଣ୍ଡି ଗ୍ରାମ ପଞ୍ଚାୟତ ରେ ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସ୍ ଆଇ ମାନସୀ ସାହୁ ଆମ ପୋଲିସ ସମିତି ବୈଠକ ରେ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ନିଜର ବକ୍ତବ୍ୟ ଦେଇ କହିଲେ ବାଲ୍ୟ ବିବାହ ଉଚ୍ଛେଦ, ଗୁଣିଆ, ତାନ୍ତ୍ରିକ, ବାଚ୍ଛନ୍ଦ ଗୋଷ୍ଠୀ କନ୍ଦଳ ଗ୍ରାମ ର ଜନ ସାଧାରଣ ମାନଙ୍କୁ ବାଚ୍ଛନ୍ଦ ଉପରେ ମତ ଦେବା ସହ ଗ୍ରାମ କୁ କେଉଁ ଅଚିହ୍ନା ଯୁବକ ଆସିଲେ ଖୁବ ଶୀଘ୍ର ପୋଲିସ ଥାନା କୁ ଜଣାଇ ବାକୁ ଅନୁରୋଧ କରି ଥିଲେ।ଏହି ବୈଠକ ରେ ସରପଞ୍ଚ ସି .ଏଚ . ମୋନଜ କୁମାର ରେଡ୍ଡୀ , ଶିବରାମ ରେଡ୍ଡୀ , ପୁରୁଷତମ ପାତ୍ର ,ପ୍ରକାଶ ନାହାକ ,ରାଜୁ ପାତ୍ର ଏବଂ ବହୁମହିଳା, ସ୍ଥାନୀୟ ଯୁବକ ଓ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।