ବାଲିଆ ବାଣ ବିସ୍ପୋରଣ ଘଟଣାରେ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାଲିଆ ବାଣ ବିସ୍ପୋରଣ ଘଟଣାରେ ୪୦ରୁ ଉର୍ଦ୍ଧ୍ୱ ଲୋକ ଗୁରୁତ୍ତର ଭାବେ ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୧୨ଜଣ ଆଇ.ସି.ୟୁ.ରେ ରହି ଚିକିତ୍ସିତ ହେଉଛନ୍ତି । ଏହି ପିଡିତମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ତଥା ଦିନମଜୁରିଆ ଶ୍ରେଣୀର ହୋଇଥିବାରୁ ସେମାନେ ଚିକିତ୍ସା ଖର୍ଚ୍ଚ ତୁଲାଇବା ଅସମ୍ଭବ ହୋଇପଡିଛି । ତେଣୁ ସରକାର ମୃତ ବ୍ୟକ୍ତିଙ୍କ ପରିବାର ପିଛା ୩୦ଲକ୍ଷ ଟଙ୍କା ସହ ସେମାନଙ୍କ ପରିବାରରୁ ଜଣକୁ ସରକାରୀ ଚାକିରୀ ପ୍ରଦାନ ସହ ଗୁରୁତ୍ତର ଆହତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ୧୦ଲକ୍ଷ ଟଙ୍କା ଏବଂ ଅଳ୍ପ ଆହତ ବ୍ୟକ୍ତିଙ୍କୁ ୫ଲକ୍ଷ ଟଙ୍କାର ସରକାରୀ ସହାୟତା ରାଶି ପ୍ରଦାନ କରାଯିବାକୁ ଦାବି କରାଯାଇଛି । ମୃତବ୍ୟକ୍ତିଙ୍କ ମଧ୍ୟରୁ କେନ୍ଦ୍ରାପଡା ସହରର ଜୟୀପୁରା ଗ୍ରାମର ସେକ କରିମୁଦ୍ଦିନ ଓରଫ ପିଣ୍ଟୁର ପରିବାରକୁ ଜିଲ୍ଲା ପ୍ରସାସନ ଭେଟି ତତ୍‌କ୍ଷଣାତ ସରକାରୀ ସହାୟତା ପ୍ରଦାନ କରିବା ସହ ସେହି ପରିବାରକୁ ଅଧିକ ଆର୍ଥିକ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରିଛନ୍ତି । ତେଣୁ ଏଭଳି ଘଟଣାରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ପିଡିତମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ବରିଷ୍ଠ ବିଜେପି ନେତା ମହମ୍ମଦ ସଲିମ ଖାନ, ପୂର୍ବତନ କାଉନସିଲର ହିବଜୁର ରହେମାନ,ସରୋଜ କୁମାର ସାହୁ, ହରେକୃଷ୍ଣ କର, ମୁକ୍ତାର ଖାଁ, ମହମ୍ମଦ ଆଝାରୁଦ୍ଦିନ, ଜଗତଜୀବନ ଦାଶ, ସେକ ଜମିରଉଲ୍ଲା, ସବିର ଖାନ, ସେକ ବୁରହାନ ଅଲ୍ଲୀ, କିର୍ତ୍ତିରଞ୍ଜନ ବେହେରା, ଅବଦୁଲ ମଜିଦ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ