ମରାଇପାଟରେ ଏଡ଼ସ ଦିବସ ପାଳିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେଡ ରିବନ କ୍ଲବ ଏବଂ ଯୁବ ରେଡ଼କ୍ରସ ତରଫରୁ ନିକଟସ୍ଥ ମରାଇପାଟ ଗ୍ରାମରେ ପଦ ଯାତ୍ରା, ବୈଠକ, ପଥପ୍ରାନ୍ତ ନାଟକ,ନୃତ୍ୟଅଭିନୟ, ପୁରସ୍କାର ବିତରଣ ମାଧ୍ୟମରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି |ପ୍ରଥମେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଡ଼ ବାଲୁଙ୍କେଶ୍ଵର ଷଡ଼ଙ୍ଗୀ ସଚେତନତା ଯାତ୍ରାକୁ ଉଦଘାଟନ କରିଥିଲେ |ଏଥିରେ ସମ୍ୱନ୍ୱିତ ପରୀକ୍ଷା ନିଦାନ କେନ୍ଦ୍ରର ଉପଦେଷ୍ଟା ଅର୍ଚ୍ଚନା ପ୍ରଧାନ ସହଯୋଗ କରିଥିଲେ |ଯୁବ ରେଡ଼କ୍ରସ ରେଡ ରିବନ କ୍ଲବ ଛାତ୍ର ଛାତ୍ରୀମାନେ ସାଇକେଲ ଯାତ୍ରାରେ ବାହାରି ମରାଇପାଟ ଗ୍ରାମରେ ଏକତ୍ରିତ ହୋଇଥିଲେ |ଏଥିରେ ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା |ଏଥିରେ ଭଞ୍ଜନଗର ଉପଖଣ୍ଡ ସୂଚନା ଅଧିକାରୀଗୌରୀ ଶଙ୍କର ଶତପଥୀ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ସଚେତନତା ବାର୍ତ୍ତା ଦେଉଥିବାରୁ ନିଜେ ସଚେତନତା ଅଛନ୍ତି ବୋଲି ଖୁସି ବ୍ୟକ୍ତ କରିଥିଲେ |ଜ଼ିଲ୍ଲା ଅବୈତନିକ ବନ୍ୟ ପ୍ରାଣୀ ସଂରକ୍ଷକ ଶୁଳପାଣି ଶତପଥି ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଗ୍ରାମରେ ସଚେତନତାର ଆବଶ୍ୟକତାଉପରେ ଗୁରୁତ୍ୱ ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ସମିତି ସଭ୍ୟ ବିଭୂପଦ ଜେନା, ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ରାମକୃଷ୍ଣ ପାତ୍ର, ଗ୍ରାମ ସଭାପତି ମୋଚନ ସେଠି, ସମ୍ପାଦକ ମନୋଜ କୁମାର ଗୌଡ଼, ଅଧ୍ୟାପକ ଦିପୁ ଭୂୟାଁ, ମହେଶ୍ୱର ରାଉତ ମଂଚାସୀନ ଥିଲେ |ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସ୍ନିଗ୍ଧା ରାଣୀ ଗୌଡ଼ ଧନ୍ୟବାଦ ଦେଇଥିଲେ |ସେହିପରି ଅନୁଷ୍ଠାନର ଜାତୀୟ ସେବା ଯୋଜନା ତରଫରୁ ପରସୁଲୁଣ୍ଡାଠାରେ ସଚେତନତା ଯାତ୍ରା ଏବଂ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇ ପାଳନ କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ