ବେଲଗୁଣ୍ଠା ସେବା ସମବାୟ ସମିତି ଆନୂକୂଲ୍ଯରେ ଋଣ ବଣ୍ଟନ ଉତ୍ସବ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ସେବା ସମବାୟ ସମିତି ଆନୂକୂଲ୍ଯରେ ଋଣ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ଦଶ ଗୋଟି ମହିଳା ଜେଏଲଜି ଗୋଷ୍ଠୀଙ୍କୁ ମୋଟ ଏଗାର ଲକ୍ଷ ପଚାଶ ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧି, ଉପସଭାପତି ନମିତା ଜେନା,ଶାଖା ପରିଚାଳକ ସାର୍ଥକ ପାଢୀ,ସୁପରଭାଇଜର ଶାଶ୍ଵତ ଗୌଡ଼ , କୋଷାଧ୍ୟକ୍ଷ ଶୁଭ୍ରଜିତ ଆଚାର୍ଯ୍ୟ,ବ୍ୟାଙ୍କ ଡିଇଓ ଦୁର୍ଗା ପ୍ରସାଦ ପାଣିଗ୍ରାହୀ, ସମିତି ସମ୍ପାଦକ କ୍ରିଷ୍ଣା ଚନ୍ଦ୍ର ଡାକୁଆ,ସଭ୍ୟ ବ୍ରଜେନ୍ଦ୍ର କୁମାର ବିନ୍ଧାଣୀରା,ମନୋଜ କୁମାର ପାତ୍ର, ପ୍ରଭାକର ଜେନା,ସୂର୍ଯ୍ୟନାରାୟଣ ତ୍ରିପାଠି,ଏକାଦଶୀ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ଡିଇଓ ଲୀଜାଲିନ୍ ଆଚାରୀ,ବ୍ୟାଙ୍କ ସହାୟକ ଲିକନ୍ କୁମାର ଭୂୟାଁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ