ପୋଲସରା କଲେଜରେ ବିଶ୍ୱ ଏଡ୍ସ ଦିବସ ପାଳନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଡିସେମ୍ବର ୦୧ ତାରିଖ ଦିନ ବିଶ୍ୱ ଏଡ୍ସ ଦିବସ ପାଳନ ହୋଇଯାଇଛି।ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଅନୁଷ୍ଠିତ ସଚେତନତା ସଭାରେ କଲେଜର ପ୍ରିନ୍ସପାଲ ଡ଼ଃ ଦିବାକର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଯୁବ ରେଡକ୍ରସ ଉପଦେଷ୍ଟା ତଥା ଅଧ୍ୟାପକ ସେକ ଫରିଦ୍ ସ୍ୱାଗତ ଭାଷଣ ସହ ସଂଯୋଜନା କରିଥିଲେ। ଅତିଥି ଭାବେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଇସିଟିସି ମନୋଜ କୁମାର ଜେନା, ଅଧ୍ୟାପିକା ଡ଼ଃ ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ,ଓ ସୁଜାତା ରାଣୀ ବେହେରା, ରିଡର ବାଳରାଜୁ ପାତ୍ର, ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ, ବସନ୍ତ କୁମାର ପାଣି ଓ ବିରଞ୍ଚିନାରାୟଣ ରଥ ଯୋଗଦେଇ ଏଡ୍ସ ରୋଗର କାରଣ ଓ ପ୍ରତିକାର ବିଷୟରେ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ସେକ ଫରିଦ୍ ଙ୍କ ନେତୃତ୍ୱରେ ଏକ ସଚେତନତା ରାଲେ ସହର ପରିକ୍ରମା କରିଥିଲା। ଛତ୍ରଛାତ୍ରୀ ବୃନ୍ଦ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ