୭୧ ନମ୍ବର ରୁଟ ମୋ ବସ କୁ ନିମାପଡ଼ା ଠାରେ ସ୍ଵାଗତ
ନିମାପଡ଼ା, (ସନ୍ତୋଷ ଦାଶ):ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ରୁ କୋଣାର୍କ ଭାୟା ନିମାପଡ଼ା ହୋଇ ୨ ଟି ମୋ ବସ ପୁନଃ ଚଳାଚଳ ଆରମ୍ଭ ହୋଇଛି।ଏହି ୨ଟି ବସର କର୍ମଚାରୀ ଙ୍କୁ ନିମାପଡ଼ା ନୂତନ ବସଷ୍ଟାଣ୍ଡ ଠାରେ ସ୍ଵାଗତ କରାଯାଇଛି।ଯୁବ ବିକାଶ ପରିଷଦ ର କର୍ମକର୍ତ୍ତା ମାନଙ୍କ ସହିତ ଅନ୍ୟ କେତେକ ବ୍ୟକ୍ତି ବିଶେଷ ଏହି ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ।ପୂର୍ବରୁ ଏହି ରୁଟ ରେ ୪ ଟି ମୋ ବସ ଚାଲୁଥିଲା କିନ୍ତୁ ଗତ ବର୍ଷେ ହେବ ତାହା ବନ୍ଦ ହୋଇ ଯାଇଥିଲା।ତେବେ କୋଣାର୍କ ର ଯୁବ ସାମ୍ୱାଦିକ ଦୂର୍ଗା ପ୍ରସାଦ ମହାପାତ୍ର ,ନିମାପଡ଼ା ଯୁବ ବିକାଶ ପରିଷଦ ସମେତ କେତେକ ସ୍ବେଚ୍ଛାସେବୀ ପୁନଃ ମୋ ବସ ଏହି ରୁଟ ରେ ଚଳାଚଳ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ।ଗୁରୁବାର ଏହି ସେବା ପୁନର୍ବାର ଆରମ୍ଭ ହୋଇଛି।ଯାହା ଫଳରେ ସ୍ଥାନୀୟ ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଯାଇଛି।ଡିସେମ୍ବର ୧ତାରିଖ ବିଶ୍ବପ୍ରସିଦ୍ଧ କୋଣାର୍କ ମହୋତ୍ସବ ଆରମ୍ଭ ଦିନ ଏହି ସେବା ଆରମ୍ଭ ହୋଇଛି।ମୋ ବସ କର୍ମଚାରୀଙ୍କୁ ଶିକ୍ଷକ ନିର୍ମଳ ମିଶ୍ର, ଏ ଏସପି ଫାଉଣ୍ଡେସନ ର ସଭାପତି ଶ୍ୱେତପର୍ଣ୍ଣ ରାୟ ମହାପାତ୍ର,ଯୁବ ବିକାଶ ପରିଷଦ ସଭାପତି ନିରଞ୍ଜନ ସାହୁ,ସମ୍ପାଦକ ଚନ୍ଦ୍ରକାନ୍ତ ବରାଳ,ବ୍ରହ୍ମାନନ୍ଦ ସ୍ବାଇଁ,ବିଶ୍ୱଜିତ୍ ବର୍ଦ୍ଧନ,ରତିରଞ୍ଜନ ଓଝା ,ସୁଦର୍ଶନ ବରାଳ ପ୍ରମୁଖ ପୁଷ୍ପଗୁଛ ଓ ଉତ୍ତରୀୟ ପିନ୍ଧାଇ ସ୍ଵାଗତ କରିଥିଲେ। ତେବେ କାକଟପୁର ମା ମଙ୍ଗଳା ପୀଠ ଓ ଅସ୍ତରଙ୍ଗ ର ଜାହାନିଆଁ ପୀର ପୀଠ କୁ ମୋ ବସ ସେବା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।