ତହସିଲ କାର୍ଯ୍ୟାଳୟ ସମ୍ମୁଖ ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଧାରଣା
ନିମାପଡ଼ା, (ସନ୍ତୋଷ ଦାଶ):ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନିମାପଡ଼ା ଆଞ୍ଚଳିକ କମିଟି ପକ୍ଷରୁ ଆଜି ୧୪ ଦଫା ଦାବି ନେଇ ନିମାପଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦିଆଯାଇଥିଲା ।ପୂର୍ବରୁ ପ୍ରତିବର୍ଷ ଡିସେମ୍ବର ୧ ତାରିଖ କୋଣାର୍କ ଉତ୍ସବ ଉଦଘାଟନ ଦିନ ସି ପି ଆଇ ପକ୍ଷରୁ ଧନୁଆ ନଦୀର ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ପାଇଁ କାଜିପାଟଣା ଛକ ଠାରେ ରାସ୍ତାରୋକ କରାଯାଇ ଆସୁଥିଲା ।ଚଳିତବର୍ଷ ନିମାପଡ଼ା ତହସିଲ ସମ୍ମୁଖରେ ୧୪ ଦଫା ଦାବି ନେଇ ଧାରଣା ଦେଇଛୁ ବୋଲି ନିମାପଡ଼ା ସିପି ଆଇ ସହ ସମ୍ପାଦକ କୃଷ୍ଣଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।ଅସ୍ତରଙ୍ଗ/କାକଟପୁର କୁ ମୋ ବସ ସେବା ଯୋଗାଇ ଦେବା ,ଖାଉଟି ମାନଙ୍କୁ ଗହମ ଯୋଗାଣ , ରବି ଋତୁରେ କେନାଲ ପାଣି ଯୋଗାଇ ଦେବା ,ଧନୁଆ ନଦୀର ସ୍ଥାୟୀ ବନ୍ୟା ପ୍ରତିକାର ,ସମସ୍ତ କୃଷିଋଣ ଛାଡ କରିବା ,ନିମାପଡା କୁ ଉପଖଣ୍ଡ ମାନ୍ୟତା ଦେବା ପ୍ରମୁଖ ଦାବି ନେଇ ଏହି ଧାରଣା ଦିଆ ଯାଇଥିଲା ।ପୁରୀ ଜିଲ୍ଲା ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ,ସନାତନ ପାତ୍ର ,ଦେବେନ୍ଦ୍ର ସାହୁ ,ପ୍ରଫୁଲ୍ଲ ସାହୁ ,ସନ୍ତୋଷ ବେହେରା ,ସଚ୍ଚିଦାନନ୍ଦ ପାତ୍ର, ଗୋବର୍ଦ୍ଧନ ସାହୁ, କାଳନ୍ଦୀ ସାହୁ, ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଶତାଧିକ ସି ପି ଆଇ କର୍ମୀ ଏହି ଧାରଣା ରେ ଯୋଗ ଦେଇଥିଲେ । ଶେଷରେ ଏକ ୧୪ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ନିମାପଡ଼ା ତହସିଲଦାର ଙ୍କୁ ଦଳ ପକ୍ଷରୁ ପ୍ରଦାନ କରାଯାଇଥିଲା।ଦାବି ପୂରଣ ନ ହେଲେ ଦଳ ପକ୍ଷରୁ ଗଣ ଆନ୍ଦୋଳନ କରାଯିବ ବୋଲି ସିପିଆଇ ସମ୍ପାଦକ ପ୍ରଫୁଲ୍ଲ ସାହୁ ଓ ସଭାପତି ସନାତନ ପାତ୍ର ଚେତାବନୀ ଦେଇଥିଲେ ।