ଦେବାଶିଷ ସେଠୀ ସ୍ମୃତି କମିଟି ପକ୍ଷରୁ ଝୋଟି-ରଙ୍ଗୋଲି ପ୍ରତିଯୋଗିତା

ବାଲେଶ୍ୱର, (ସରୋଜ ପଣ୍ଡା):ଦେବାଶିଷ ସେଠୀ ସ୍ମୃତିି ପରିଷଦ ପକ୍ଷରୁ ଝୋଟି ଓ ରଙ୍ଗୋଲି ପ୍ରତିଯୋଗିତା ଦାମୋଦର ଜୀଉ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରତିଯୋଗିତାରେ ବହୁ ମହିଳା ଓ ଯୁବତୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶାର ଐତିହ୍ୟ ଓ ପରମ୍ପରା ଉଜ୍ଜୀବିତ ରଖିବା ପାଇଁ ପ୍ରତିବର୍ଷ ଏହିଭଳି ପ୍ରୟାସ ଜାରି ରହିଛି ବୋଲି ସ୍ମୃତି ପରିଷଦର ମୁଖ୍ୟ ମିନତୀ ସେଠୀ ସୂଚନା ଦେଇଥିଲେ । ସଂନ୍ଧ୍ୟାରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା, ସଦର ବ୍ଲକ ଅଧ୍ୟକ୍ଷ ସୁନୀତା ବେହେରା, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଓ ସ୍ଥାନୀୟ କାଉନସିଲର ଅନିନ୍ଦ୍ୟ ପଣ୍ଡା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ପରମ୍ପରା ରକ୍ଷା ସହ କଳା ନୈପୁଣ୍ୟ ପ୍ରଦର୍ଶନ ପାଇଁ ଏହି ପ୍ରତିଯୋଗିତା ଏକ ସୁନ୍ଦର ପ୍ଲାଟଫର୍ମ ହୋଇପାରିଛି ବୋଲି ମତପ୍ରକାଶ କରିଥେଲ । ଆୟୋଜକ ତଥା ସ୍ମୃତି କମିଟିର ଅଧ୍ୟକ୍ଷା ଶ୍ରୀମତୀଙ୍କ ପୌରୋହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କୃତୀ ପ୍ରତିଯେଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସୁଶାନ୍ତ ରଣା, ସୁରଝଙ୍କାର ସେଠୀ, ସଙ୍ଗୀତ ସେଠୀ ପ୍ରମୁଖ ପରିଷଦର କର୍ମକର୍ତ୍ତାମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ