ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ମାଷ୍ଟରପଡା ଅଞ୍ଚଳରେ ସୋମବାର ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ମମତା ପୃଷ୍ଟି। ତାଙ୍କ ଘର ନୟାଗଡ଼ ଜିଲ୍ଲା ମଧ୍ୟଖଣ୍ଡ ଅଞ୍ଚଳରେ ବୋଲି ଜଣାପଡିଛି। ମମତାଙ୍କ ସ୍ବାମୀ ଭାଗିରଥି ପୃଷ୍ଟି ଟିକାବାଲି ବ୍ଲକରେ ଜୀବିକା ମିଶନରେ ଚାକିରୀ କରନ୍ତି ଓ ମାଷ୍ଟରପଡା ଠାରେ ଘର ଭଡା ନେଇ ରହୁଥିଲେ। ତାଙ୍କର ଦୁଇଟି ପୁଅ ଅଛନ୍ତି। ସୋମବାର ଅପରାହ୍ନରେ ଭାଗିରଥି ଘରକୁ ଆସି ମମତା ଘର ଭିତରେ ବେକରେ ଏକ ଲୁଗା ଗୁଡେ଼ଇ ଝୁଲୁଥିବା ଦେଖିବାକୁ ପାଇଥିଲେ। ଟାଉନ ପୁଲିସକୁ ଖବର ଦିଆ ଯିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁର ପ୍ରକୃତ କାରଣ ଜଣା ପଡି ନ ଥିବା ବେଳେ ଏ ନେଇ ଅଧିକ ତଦନ୍ତ ଅବ୍ୟାହତ ଥିବା ବିଷୟ ଫୁଲବାଣୀ ସଦର ଏସଡିପିଓ ସୁପ୍ରସନ୍ନ ମଲିକ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ