ସିପିଆଇ (ଏମ୍ଏଲ୍) ଲିବରେସନ ଦଳର ୫୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଟିତ
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା)- ଗୋପ ଆଖଣ୍ଡଳେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ପୂର୍ବାହ୍ନରେ ସିପିଆଇ (ଏମ୍ଏଲ୍) ଲିବରେସନ ଦଳର ୫୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅସ୍ତରଙ୍ଗ, କାକଟପୁର ଓ ଗୋପ ବ୍ଲକକୁ ନେଇ ଗଠିତ ଆଞ୍ଚଳିକ କମିଟି ସଂପାଦକ କମ୍ରେଡ ସଞ୍ଜୀବ କୁମାର ସ୍ବାଇଁଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କମିଟି ସଭ୍ୟ ମୁଖ୍ୟ ତଥା ରାଜ୍ୟ ସମ୍ପାଦକ କମ୍ରେଡ ଯୁଧିଷ୍ଟିର ମହାପାତ୍ର ଯୋଗଦେଇ ବିଜେପି ସରକାର ଯୋଗୁଁ ସାଧାରଣ ଲୋକଙ୍କ ସମସ୍ୟା , ଆଞ୍ଚଳିକ ଦଙ୍ଗା , ବେକାରୀ ବୃଦ୍ଧି , ଦରଦାମ ବୃଦ୍ଧି ଓ ଜମିଜମା ସମସ୍ୟା ଆଦି ବଢ଼ିବାରେ ଲାଗିଛି। ଯାହାକୁ ନେଇ ସେ ତୀବ୍ର ନିନ୍ଦା କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଥୀ ଦେବରାଜ ସ୍ବାଇଁ , ବିଜୟ ବେହେରା , ସଞ୍ଜୟ କୁମାର କାଣ୍ଡି , ଦିଲୀପ ନାୟକ , ବଳରାମ ଦାସ , ବିନୋଦ ଦାସ, ରାମେଶ ଦାସ, ରିନା ଦାସ, ମନୋରମା ଦାସ , କାବେରୀ ଦାସ ପ୍ରମୁଖ ଉପସ୍ଥିତ ରହି ବିଜେପି ସରକାର ମନମୁଖୀ ଶାସନକୁ ନିନ୍ଦା କରିବା ସହିତ ତୃଣ ମୂଳ ସ୍ତରରୁ ସଙ୍ଘ କିପରି ସୁଦୃଢ଼ ହୋଈ ପାରିବ ସେଥିପାଇଁ ଦୃଢ଼ ପ୍ରତିଶ୍ରୁତି ନେଇଥିଲେ ।