ଗିଫ୍ଟ ମଡେ଼ଲ ସ୍କୁଲର ସପ୍ତମ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରରେ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆନିକଟ ନିଳକଣ୍ଠପୁରଠାରେ ଅବସ୍ଥିତ, ଗିଫ୍ଟ ମଡେ଼ଲ ସ୍କୁଲ ବିଗତ ୦୭ ଡିସେମ୍ବର ୨୦୧୫ ସାଲରେ ପ୍ରତିଷ୍ଠା ହୋଇଥିଲା। ପ୍ରତିବର୍ଷ ଏହି ଦିନଟିକୁ ବିଦ୍ୟାଳୟରେ ଡାଇରେକ୍ଟର   ରେଭ୍ ଆମଦ୍ କୁମାର ବର୍ଦ୍ଧନ ତତ୍ତ୍ବାବଧାନ ଓ  ରେଭ୍ୟ ଶାନ୍ତ ମୂର୍ତ୍ତୀ ବର୍ଦ୍ଧନଙ୍କ ପରିଚାଳନା ରେ ପରିଚାଳିତ ଏହି ବିଦ୍ୟାଳୟରେ ଗରିବ, ନିରିହ, ଆଦିବାସୀ ଓ ପଛୁଆ ବର୍ଗ ର ମାତୃ ପିତୃ ହରା  ପୁଅ ଓ ଝିଅ ମାନଙ୍କୁ, ଯେଉଁ ମାନେ ଆର୍ଥିକ  ସମସ୍ୟା ରୁ ପାଠ ପଢି ପାରୁନାହାନ୍ତି ,ସେମାନଙ୍କୁଚିହ୍ନଟ କରି ଆଣି ଏହି ଗିଫ୍ଟ ମଡେ଼ଲ ସ୍କୁଲ ଛାତ୍ରାବାସରେ  ରଖି ସେମାନଙ୍କୁ ବିନାମୂଲ୍ୟରେ ଖାଦ୍ୟ ପେୟ  ସହ ସମସ୍ତ ପାଠ ପଢା ଖର୍ଚ୍ଚ ବହନ କରିଥାନ୍ତି  ଏବଂ ସମସ୍ତ କଲେଜର ପାଠପଢ଼ା  ବ୍ୟବସ୍ଥା  କରିଥାଏ ଏହି ଅନୁଷ୍ଠାନ। ପିଲାମାନେ ମଧ୍ୟ  ନିଜ ଘର ପରି ସ୍ନେହ ପାଇ ଏଠାରେ ଖୁସି ରେ  ରହିଥାନ୍ତି । ସେମାନଙ୍କୁ ଖୁସି କରିବା ପାଇଁ, ଅନେକ ସମୟରେ ବିଭିନ୍ନ ମନୋରନଞ୍ଜନ କାର୍ଯ୍ୟକ୍ରମ ଏଠାରେ ଅନୁଷ୍ଠିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ  ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ପାରଳାଖେମୁଣ୍ଡି ର ସୁପରିଚିତ  ରବି ଡାକ୍ତର  ଓ ନୂତନ ଭାବେ ଓଜେଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଥିବା , ଏଇ  ଗଜପତି ଜିଲ୍ଲାର , ନୂଆଗଡ ବ୍ଲକ ଗୋଲି ଗ୍ରାମ ର  ସାଧକ୍ କାର୍ଯୀ ଓ ନିଳକଣ୍ଠପୁର ପଞ୍ଚାୟତର  ସରପଞ୍ଚ ମନୋଜ କୁମାର କାର୍ଯ୍ୟକ୍ରମରେ ପ୍ରମୁଖ ଯୋଗ ଦେଇଥିବା ବେଳେ,ସାଧକ କାର୍ଯ୍ୟୀଙ୍କର ଆଦିବାସୀ ଗୀତରେ କଣ୍ଠଦାନ ସହ  ଛାତ୍ର ଓ ଛାତ୍ରୀଙ୍କ ସହ ନୃତ୍ୟ ପରିବେଷଣ କରିବା, ଏହି କାର୍ଯ୍ୟକ୍ରମର ମୂଖ୍ୟ ଆକର୍ଷଣ ଥିଲା। ଏଥି ସହ ଅନେକ ଆଧୁନିକ ଓ ଭଜନରେ କଣ୍ଠଦାନ କରି ଶ୍ରୋତା ଓ ଦର୍ଶକଙ୍କ ମନମୋହିତ କରୁଥିବା କଣ୍ଠଶିଳ୍ପୀ କୁମାର ଗିନୁ ,କଣ୍ଠଶିଳ୍ପୀ କବିର ସିଂ,କଣ୍ଠ କରି ଦର୍ଶକଙ୍କୁ ମନରଞ୍ଜନ ପ୍ରଦାନ କରିବା ହେଉଛି ଅନ୍ୟତମ। ଏଥିସହ ଆଦିବାସୀ ଓ ଅନେକ ଆଧୁନିକ ଗୀତ ଗୁଡ଼ିକରେ ଅନୁଷ୍ଠାନର ଛାତ୍ର ଓ ଛାତ୍ରୀ ଙ୍କ ଦ୍ବାରା ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା।  ଶେଷରେ ସ୍କୁଲର ପ୍ରତିଷ୍ଠାତା ରେଭ୍ ଆମୋଦ କୁମାର ବର୍ଦ୍ଧନ କହିଥିଲେ ଯେ , ଗରିବ ପିଲାମାନଙ୍କୁ ଉନ୍ନତ ମାନର ଶିକ୍ଷାଦେବା ଏବଂ ବିଶ୍ବନେତୃତ୍ବ ଗଠନ କରିବା ହେଉଛି  ଗିଫ୍ଟ ମଡେ଼ଲ ସ୍କୁଲର ମୁଖ୍ୟ ଉଦ୍ଦେଶ୍ୟ। ଏହିପ୍ରକାର ପ୍ରଚେଷ୍ଠାକୁ ଯୋଗଦେଇଥିବା ଅବିଭାବକ ଓ ଅନେକ ବୁଦ୍ଧିଜିବୀ ମହଲରେ ଖୁବ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ