ୟୁରୋ କିଡସ୍ ପ୍ରି ସ୍କୁଲ ପକ୍ଷରୁ ଦାନ ଉତ୍ସବ ପାଳନ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ସ୍ଥାନୀୟ ପିଲ୍ଲୀବନ୍ଧ ସ୍ଥିତ ଥିବା ଆନ୍ତର୍ଜାତିକ ମାର୍କା ୟୁରୋ କିଡସ୍ ପ୍ରି ସ୍କୁଲ ପକ୍ଷରୁ ଭିନ୍ନ ଧରଣରେ ଦାନ ଉତ୍ସବ ପାଳନ କରାଯାଇଛି । ସ୍କୁଲର ମୁଖ୍ୟ ସସ୍ମିତା ମହାପାତ୍ରଙ୍କ ନେତୃତ୍ୱରେ ସ୍କୁଲର ଛାତ୍ରଛାତ୍ରୀ ଏବଂ ସମସ୍ତ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ସମର୍ଥ ଅନୁଷ୍ଠାନ କୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ସହ ମିଶି ସେମାନଙ୍କୁ ବିଭିନ୍ନ ପ୍ରକାର ଫଳ, ବିସ୍କୁଟ, ଚକଲେଟ ବଂଟନ କରିଥିଲେ । ସମଥକ୍ଷ୍ଣଚ୍ଛ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ସହ ୟୁରୋ କିଡସ୍ ପ୍ରି ସ୍କୁଲର ଛାତ୍ରଛାତ୍ରୀ ମିଶି ଖୁସି ଜାହିର କରିଥିଲେ । ପ୍ରାରମ୍ଭରେ ସ୍କୁଲର ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ଛତ୍ରପୁର ଥାନା ସମ୍ମୁଖରେ ଥିବା ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତୀ ସମେତ ଚାରିପାଖ ସଫା ସୁତରା କରିବା ସହ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଛାତ୍ରଛାତ୍ରୀ ମାନେ ଦାନ ଉତ୍ସବ ହାତରେ ବିଭିନ୍ନ ହୋଡିଂ ଧରି ସ୍ୱଚ୍ଛତା ଉପରେ ନାରା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରିନ୍ସପାଲ ଡାଏନା ମିଶ୍ର, ପରିଚାଳନା ନିର୍ଦ୍ଦେଶକ ଅନୀଲ ରେଡ୍ଡୀ, ପ୍ରଶାସକ ଦେବାଶିଷ , କ୍ରିଡା ଶିକ୍ଷକ ସନ୍ତୋଷ ଗୈାଡ, ଶିକ୍ଷୟତ୍ରୀ ଆରଧାନା ନାୟକ, ଭାଗ୍ୟଶ୍ରୀ ପଣ୍ଡା, ରଚିତା ବେହେରା, ଦିପୀକା ପଣ୍ଡା, ମାଲତୀ, ଖୁସବ ବେଗମଙ୍କ ସମେତ ଆୟାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ