ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ମାୟାଧରଙ୍କୁ ସମ୍ବର୍ଦ୍ଧନା

ବ୍ୟାସନଗର, (ଯୁଗାବ୍ଦ ନ୍ୟୁଜ):ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାବରଗଡର ୭୫ବର୍ଷ ପୂର୍ତ୍ତିରଶେଷଦିନ ୦୬.୦୧.୨୦୨୩ ତାରିଖ ଉଦ୍‍ଯାପନୀମହାତ୍ସୋବରେ ନିମନ୍ତ୍ରିତ ଅତିଥି ଭାବେ ଓଡିଶାର ବିଶିଷ୍ଟ ଲେଖକ ମାୟାଧର ନାୟକଙ୍କୁ ଦରବାର ମଞ୍ଚରେ ଶ୍ରୀକୃଷ୍ଣ ଉତ୍ତରୀୟ ଓ ଫୁଲମାଳ ଦେଇ ସମ୍ବର୍ଦ୍ଧିତକରିଛନ୍ତି । ଶ୍ରୀ ନାୟକଙ୍କ ଦ୍ୱାରା ଲିଖିତ ମହାଭାରତ କୁରୁକ୍ଷେତ୍ରର ‘ଯୁଦ୍ଧଭୂମି’ ପୁସ୍ତକ କୃଷ୍ଣ ବଳରାମଙ୍କୁ ଅର୍ପଣକରାଯାଇଥିଲା । ସମ୍ବର୍ଦ୍ଧିତଶ୍ରୀ ନାୟକକହିଲେ – ଏ ଯୁଦ୍ଧଭୂମିକେବେକର୍ମଭୂମିରେ ପରିଣତହେବଏବଂ ଏ କର୍ମ ଭୂମି କେବେ ଜନସାଧାରଣଙ୍କ ଧର୍ମଭୂମିରେବିବର୍ତ୍ତିତହେବ । ଦ୍ୱାପର ଯୁଗରେ ତ ମହାପ୍ରତାପୀକଂସମହାରାଜା, କୌରବକୂଳରକୁଳାଙ୍ଗାରମାନଙ୍କୁ ଧ୍ୱଂସକଲେ । ଏ ଘୋରକଳିକାଳ ଯୁଗରେ ଆଜିକଳଙ୍କିତ, କଳାକୂବେରତନ୍ତ୍ରକୁକେବେ ନିପାତକରିବେ ? ଏବେବଂଶୀ ଥାଉ, ଚକ୍ରକୁତଲବକରନ୍ତୁ । କେବେ ଏ ଦାରୁଣ ଦୁଃସ୍‍କାଳରହେବ ଦେହାନ୍ତ !ଶେଷରେଶ୍ରୀ ନାୟକଙ୍କୁ ମଥୁରାନଗର ମଞ୍ଚରେକଂସବଦ୍ଧ ଦୃଶ୍ୟ ଉପଭୋଗକରିବାପାଇଁ ପାଛୋଟିନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ