ଗଜପତି ଉତ୍ସବ ୨୦୨୨ ଉଦଯାପିତ ଉତ୍ସବରେ ଗଜପତି ଉଦ୍ୟାନ ବିଭାଗ ଷ୍ଟଲ ସର୍ବଶ୍ରେଷ୍ଠ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଗଜପତି ଷ୍ଟାଡିଅମ ଠାରେ ଗତ ୫ ଦିନ ଧରି ଆୟୋଜିତ ହୋଇ ଆସୁଥିବା ଗଜପତି ଉତ୍ସବ ୨୦୨୨ଗତକାଲି ରାତିରେ ଉଦଯାପିତ ହୋଇଯାଇଛି. ଉଦଯାପନୀ ଉତ୍ସବରେ ବହୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ଯୋଗୁଁ ଗତକାଲି ପ୍ରବଳ ଜନ ଗହଳି ହୋଇଥିଲା. ଗଜପତି ଉତ୍ସବ ୨୦୨୨ରେ ଗଜପତି ଷ୍ଟାଡିଅମ ଠାରେ ୨୦୦ ରୁ ଉର୍ଦ୍ଧ ବିଭିନ୍ନ ସରକାରୀ, ବେସରକାରୀ ଷ୍ଟଲ ଗୁଡିକ ଖୋଲାଯାଇ ସେମାନଙ୍କର ସଫଳତା ଓ ପରିଚୟକୁ ନେଇ ଷ୍ଟଲ ଦ୍ୱାରା ଲୋକଙ୍କୁ ପ୍ରଦଶ୍ରିତ କରାଯାଇଥିଲା. ଏପରିକି ଅନେକ ଷ୍ଟଲରେ ଗଜପତି ଜିଲ୍ଲା ସମେତ ଓଡିଶାରୁ ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ସାମଗ୍ରୀ ଅଣାଯାଇ ଷ୍ଟଲରେ ପ୍ରଦାନ କରାଯିବା ସହ ଲୋକଙ୍କୁ ଉଚିତ ଦରରେ ବିକ୍ରିବଟା କରାଯାଇଥିଲା. ଗଜପତି ଉତ୍ସବରେ ପ୍ରଦର୍ଶତ ୨୦୦ ରୁ ଉର୍ଦ୍ଧ ଷ୍ଟଲ ମଧ୍ୟରୁ ଗଜପତି ଉଦ୍ୟାନ ବିଭାଗ ତରଫରୁ ଅତ୍ୟନ୍ତ ଆକାଶରଣୀୟ ଭାବେ ସଜା ଯାଇ ଉଦ୍ୟାନ ବିଭାଗର ବିଭିନ୍ନ ସଫଳତା ପ୍ରଦସର୍ଣ୍ଣ ଉତ୍ସବରେ ସାଧାରଣ ଓ ଦର୍ଶକ ଙ୍କୁ ବେଶ ଆକର୍ଷିତ କରିପାରିଥିଲା. ତେଣୁ ଉତ୍ସବର ଉଦଯାପନୀ ସମାବେଶରେ ଉଦ୍ୟାନ ବିଭାଗକୁ ଚଳିତ ଗଜପତି ଉତ୍ସବର ସର୍ବଶ୍ରେଷ୍ଠ ଷ୍ଟଲ ଭାବେ ଘୋଷଣା କରାଯାଇଥିଲା. ଗଜପତି ଉଦ୍ୟାନ ବିଭାଗର ଡେପୁଟି ଡାଇରେକ୍ଟର ସୁଶାନ୍ତ ରଞ୍ଜନ ଦାସ ଉତ୍ସବ ମଞ୍ଚରେ ସର୍ବଶ୍ରେଷ୍ଠ ଷ୍ଟଲର ମାନପତ୍ର ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଠାରୁ ଗ୍ରହଣ କରି ସମ୍ବର୍ଦ୍ଧିତ ହୋଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ