ଶୟନେ ସପନେ ଜାଗରଣେ ନେତାଜୀ ଦେଖୁଥିଲେ ଭାରତ ମାତାର ସ୍ବାଧୀନତାର ଛବି

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ବେତାଳିଗାଁ ବଜାରରେ ସୋମବାର ନେତାଜୀ ଜୟନ୍ତି ପାଳିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ ଓ ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଭାତ ଫେରୀ, ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଆଜି କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା । ନେତାଜୀ କମିଟିର ସ୍ଥାୟୀ ସଭାପତି ବିଦ୍ୟାଧର ବାରିକଙ୍କ ଅଧ୍ୟକ୍ଷତାରେ ସଂଧ୍ୟାରେ ଅନୁଷ୍ଠିତ ସଭାରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା ମୂଖ୍ୟ ଅତିଥି, ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟର ଅବସରପ୍ରାପ୍ତ ପରୀକ୍ଷା ନିୟନ୍ତ୍ରକ ଅଟଳ ବିହାରୀ ନାୟକ ମୂଖ୍ୟବକ୍ତା, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ଅଧ୍ୟାପକ ନିହାର ରଞ୍ଜନ କର, ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, ସାମାଜିକ କର୍ମୀ ଅକ୍ଷୟ ପଣ୍ଡା ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶୟନେ ସପନେ ଜାଗରଣେ ନେତାଜୀ ଭାରତ ମାତାର ସ୍ବାଧୀନତାର ଛବି ଦେଖୁଥିଲେ । ଏହି ମହାନ ବିପ୍ଳବୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଅତିଥିମାନେ ଯୁବ ସମାଜକୁ ଆହ୍ବାନ ଦେଇଥିଲେ । ଅଧ୍ୟାପକ ନିକୁଞ୍ଜ କିଶୋର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ମୃତ୍ୟୁଞ୍ଜୟ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଅବସରପ୍ରାପ୍ତ ଅଧ୍ୟାପକ ତ୍ରିଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ନେତାଜୀଙ୍କ ଜୀବନଧାରାକୁ ନେଇ ଅନୁଷ୍ଠିତ ବକ୍ତୃତା ଓ ନୃତ୍ୟ ପ୍ରତିଯୋଗାଗୀତାରେ କୃତିତ୍ବ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ