ସିଆରପିଏଫ ବାଟାଲିୟନ ତରଫରୁ ଲୋକାଭୀମୁଖୀ କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ବାରଖମା ଓ ଡାକା ପଞ୍ଚାୟତଠାରେ କେନ୍ଦ୍ରୀୟ ସୁରକ୍ଷା ବଳ ବି/୧୨୭ ବାଟାଲିୟନ ତଥା ସି/୧୨୭ ବଟାଲିୟନ ତରଫରୁ ଏକ ଜନ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା ତତ୍ତ୍ୱାବଧାନରେ ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ବି/୧୨୭ ବାଟାଲିୟନ ବରଖମା ତଥା ସି/୧୨୭ ବାଟାଲିୟନ ଡାକା ଠାରେ ଆଣ୍ଟି ନକ୍ସଲ ଡିଉଟି ପାଇଁ ବାଲିଗୁଡା ଥାନା ଅଧୀନରେ ନିୟୋଜିତ ହୋଇଛି l ଉକ୍ତ ଦୁଇ ପଞ୍ଚାୟତର ଅଭାବୀ ଏବଂ ଗରିବ ପରିବାରର ଙ୍କୁ ସିଆରପିଏଫ ୧୨୭ ବାଟାଲିୟନର କମାଣ୍ଡେଣ୍ଟ ଆନନ୍ଦ ଝା ଉପସ୍ଥିତ ରହି ସୋଲାର ଲ୍ୟାମ୍ପ ଏବଂ ୱାଟର ଫିଲଟର ବଣ୍ଟନ କରିଥିଲେ l ପରେ ପରେ ଭାରତର ସ୍ୱାଧୀନତା ଆନ୍ଦୋଳନ ସହ ଜଡିତ କ୍ଷୁଦ୍ର ଚଳଚ୍ଚିତ୍ର ଜନସାଧାରଙ୍କୁ ପ୍ରଦର୍ଶିତ କରାଯାଇଥିଲା l ଏଥିରେ ୧୨୭ ବାଟାଲିୟନର ଦ୍ୱିତୀୟ-ଇନ -କମାଣ୍ଡ (ଅପ୍ସ) ମାଉଲି ମୋହନ କୁମାର, ଡେପୁଟି କମାଣ୍ଡାଣ୍ଟ ବିପିନ କୁମାର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରାଘବେନ୍ଦ୍ର କୁମାର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ.ସି -ସି/୧୨୭ ର ନେଲାପ୍ପଣ ପି., ସି.ଆର.ପି.ଏଫ.ବାହିନୀ, ତଥା ଜିଲ୍ଲାପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ,ରେବିଙ୍ଗିଆ ପଞ୍ଚାୟତ ସରପଞ୍ଚ ରଞ୍ଜୁଲତା ମଲ୍ଲିକ, ବାରଖମା ପଞ୍ଚାୟତ ସରପଞ୍ଚ କୁମୁନ୍ଦିନୀ ମଲ୍ଲିକ, ସଲାଗୁଡା ପଞ୍ଚାୟତ ସରପଞ୍ଚ ସରିତା ମଲ୍ଲିକ, ଡାକା ର ବୋର୍ଡ ମେମ୍ବର ଅଞ୍ଜଳି ମଲ୍ଲିକ ଏବଂ ଲୁଶାନ୍ତି ଦିଗଲ ଙ୍କ ସମେତ ଏହି ଦୁଇ ପଞ୍ଚାୟତର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ଉପସ୍ଥିତ ଥିଲେ l ଏହି ଯୋଜନା ଅଧୀନରେ ସମୁଦାୟ ୪୪ ଟି ପରିବାର ଉପକୃତ ହୋଇଥିଲେ l ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ୧୨୭ ବାଟାଲିୟନର କମାଣ୍ଡେଣ୍ଟ ଆନନ୍ଦ ଝା ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ