ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ପଂଚାୟତସ୍ଥିତ କାନୁନଗୋସାହି ଗ୍ରାମର ଭିନ୍ନକ୍ଷମ ନରେନ୍ଦ୍ର ବିଶ୍ୱାଳ ଆବାସ ଯୋଜନାରୁ ବଂଚିତ ହୋଇଥିବାକୁ ନେଇ ବିଡିଓଙ୍କୁ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ନରେନ୍ଦ୍ରଙ୍କ ବୟସ ୫୧ ହୋଇଥିବା ବେଳେ ସେ ଜଣେ ଭିନ୍ନକ୍ଷମ ବ୍ୟକ୍ତି । ତାଙ୍କର ଡାହାଣ ହାତ ଓ ଡାହାଣ ଗୋଡ ସଠିକ କାର୍ଯ୍ୟ କରୁନଥିବା ବେଳେ ଠିକ ଭାବରେ କଥା କହି ପାରନ୍ତି ନାହିଁ । ୨୦୧୫ ମସିହାରେ ସରକାରଙ୍କ ପକ୍ଷରୁ ତାଙ୍କୁ ଶତକଡା ୬୦ପ୍ରତିଶତରେ ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଇ ଦିଆଯାଇଛି । ସରକାରଙ୍କ ପକ୍ଷରୁ କେବଳ ଭିନ୍ନକ୍ଷମ ଭତା ପାଉଥିବା ବେଳେ ମୁଣ୍ଡ ଗୁଞିବା ପାଇଁ ଘର ଖଣ୍ଡେ ନାହିଁ । ଘରେ ପତ୍ନୀଙ୍କ ସମେତ ଗୋଟିଏ ପୁଅ ଓ ଝିଅ ରହିଛନ୍ତି । ସେ ସରକାରଙ୍କ ସ୍ୱତନ୍ତ୍ର ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଲିକାରେ ତାଙ୍କ ନାମ ପ୍ରକାଶ ପାଉନାହିଁ । ଯାହାଫଳରେ ସେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଆବାସ ଯୋଜନାରେ ଘର ପାଇବା ପାଇଁ ସେ ଗୁରୁବାର ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିବା କହିଛନ୍ତି । ଏ ସଂର୍ପକରେ ନାଉଗାଁ ବିଡିଓଙ୍କର ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ ।ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସଙ୍କୁ ପଚାରିବାରୁ ମୁଁ ଆଜି କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲି, ଅଭିଯୋଗ ସଂର୍ପକରେ ଜାଣି ନାହିଁ । ଯଦି ପାଇବା ପାଇଁ ଯୋଗ୍ୟ ବିବେଚିତ ହେଉଥିବେ ଆବାସ ଯୋଜନାରେ ସାମିଲ କରାଯିବ ବୋଲି କହିଥିଲେ ।
- କୃଷି ବିଜ୍ଞାନ କେନ୍ଦ୍ରରେ ବିଶ୍ୱ ମୃତ୍ତିକା ଦିବସ ପାଳିତ
- ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ନୂତନ ଶାଖା ଗଠନ