ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ଦୁର୍ନୀତି ବିରୋଧୀ ଯୁବ ମଞ୍ଚ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡା ଏନ.ଏ.ସି ର ଛଅ ନମ୍ବର ୱାର୍ଡ ର ବଡ଼ସାହି ଅଙ୍ଗନବାଡି କେନ୍ଦ୍ରରେ ଯାହାକୁ ନେଇ ଗ୍ରାମବାସୀ ତଥା ଦୁର୍ନୀତି ବିରୋଧୀ ମଞ୍ଚ ତୀବ୍ର ବିରୋଧ କରିଛି l କାମ ବେଳେ କୌଣସି ଯନ୍ତ୍ରୀ ଓ ସରକାରୀ ଅଧିକାରୀ ଉପସ୍ଥିତ ନରହିବା କାରଣରୁ ଠିକାଦାର ମନଇଛା ନିମ୍ନ ମାନର କାମ କରୁଛି l ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଠିକାଦାର ବିଲପାଇ ମାଲାମାଲ ହେଉଛି l ଏହାର ଭିଜିଲାନ୍ସ ସ୍ତରୀୟ ତଦନ୍ତ ପାଇଁ ଆଞ୍ଚଳିକ ଦୁର୍ନୀତି ବିରୋଧୀ ଯୁବ ମଞ୍ଚର ସମ୍ପାଦକ ଶୁକଦେବ ନାୟକ ଗ୍ରାମ୍ୟ କମିଟି ଉପ ସଭାପତି ଶିବରାମ ପ୍ରଧାନୀ ସମେତ ଗ୍ରାମବାସୀ ଦାବୀ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ