ଖବର ପ୍ରସାରଣ ପରେ ଦୃଷ୍ଟିହୀନ ବଧିର ବିଦ୍ୟାଳୟ ତଦନ୍ତରେ ଜିଲ୍ଲା ପ୍ରଶାସନ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଳକରେ ରହିଥିବା ଏକମାତ୍ର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ନାମରେ ଦୃଷ୍ଟିହୀନ ବଧିର ଓ ମାନସିକ ଅନୁଗ୍ରସର ମସ୍ତିସ୍କ ପକ୍ଷ୍ୟାଘାତ ସ୍ୱତନ୍ତ୍ର ବିଦ୍ୟାଳୟ ଏହି ବିଦ୍ୟାଳୟ ଉପରେ ନିର୍ଭର କରିଆସୁଥିଲେ ପୂର୍ବରୁ ୩ଟି ଜିଲ୍ଲାର ଲୋକେ ଗଜପତି, କନ୍ଧମାଳ ଓ ରାୟଗଡା । ପୂର୍ବରୁ ଏଠାରେ ବହୁ ସଂକ୍ଷକ ଦୃଷ୍ଟି ହୀନ ଓ ବଧିର ଛାତ୍ରଛାତ୍ରୀ ଅଧ୍ୟୟନ କରି ବିଦ୍ୟାଳୟର ନାମକୁ ଟେକ ରଖିଥିଲେ । କିନ୍ତୁ ଧିରେ ଧିରେ ବିଦ୍ୟାଳୟ ପରିଚାଳନା କମିିଟିର ଆଚରଣ ଉଲଂଘନ ହୋଇଥିବାରୁ ପରିବାର ଲୋକେ ଏହି ବିଦ୍ୟାଳୟରେ ନିଜର ଛାତ୍ରଛାତ୍ରୀଙ୍କୁ ପଢାଇବାରେ କୁଣ୍ଠାବଧ କରିଛନ୍ତି । ଯାହାକି ଦୀର୍ଘ ବର୍ଷ ହେଲା ସମ୍ପାଦକ ଦଣ୍ଡାସି ସାହୁ ଏହି ବିଦ୍ୟାଳୟକୁ ଏକଛତ୍ରବାଦ ଭାବେ ଚଳାଇ ଆସୁଛନ୍ତି । ନା ନୂତନ ପରିଚାଳନା କମିଟି କୁ ଚୟନ ପାଇଁ ସୁଯୋଗ ଦେଉଛନ୍ତି ନା କୌଣସି କାଗଜ ପତ୍ର ଠିକ ରଖିଛନ୍ତି । ଯାହା ଦ୍ୱାରା କି ପିଲା ସଂଖ୍ୟା କମ୍ ଥିବା ବେଳେ ଖାତା ରେ ଉଲ୍ଲେଖ ରହିଛି ପିଲା ସଂଖ୍ୟା ଅଧିକ ଥିବା ନେଇ ଆଉ ପ୍ରତ୍ୟେକ ବର୍ଷକୁ ଥରେ ନୂତନ କର୍ମଚାରୀ ଚୟନ କରି ରଖୁଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଲେ କିଏ ବା ତାହା ମଧ୍ୟ ସ୍ୱଷ୍ଟ ଭାବେ ଜାଣି ହେଉନାହିଁ । ଯେଉଁ ଠାରେ ପ୍ରଧାନ ଶିକ୍ଷକଙ୍କ ଦସ୍ତଖତ ଆବଶ୍ୟକ ସେଠାରେ ସମ୍ପାଦକ ଦସ୍ତଖତ କରି ଚଲାଇଛନ୍ତି । ସଭାପତିଙ୍କ ଦେଖା ଦର୍ଶନ ମିଳୁନି ଅନୁଷ୍ଠାନ ପ୍ରତି । ଯାହାକୁ ନେଇ ପୂର୍ବରୁ ଥିବା କର୍ମଚାରୀ ଅସନ୍ତୁଷ୍ଟ ହୋଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ । ଉଚିତ ନ୍ୟାୟ ନମିଳିବାରୁ ଉଚ୍ଚ ନ୍ୟାଳୟର ଦ୍ୱାରସ୍ତ ହେଇଛନ୍ତି । ଯାହାକୁ ନେଇ ବାରମ୍ବାର ଖବର କାଗଜରେ ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ଜଣିଆ ଟିମ୍ ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ, ଜିଲ୍ଲା ଶିଶୂ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ମିନତି ଦେଇ ସମେତ ଅନ୍ୟ ଦୁଇ ଜଣ ମଙ୍ଗଳବାର ଦିନ ବିଦ୍ୟାଳୟକୁ ଆସି ଆବଶ୍ୟକ ନଥିପତ୍ର ଯାଂଚ କରିଛନ୍ତି । ଏଥିରେ କିଛି ଆବଶ୍ୟକ ନଥିପତ୍ର ମଧ୍ୟ ଭୁଲ ଥିବା ଦେଖାଦେଇଛି ବୋଲି ବିଶେଷ ସୁତ୍ରରୁ ଜଣା ପଡିଛି ଆସିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଯେଉଁ ସବୁ ଯାଂଚ ହୋଇଛି ତାହା ଜିଲ୍ଲାପାଳଙ୍କ ନିକଟରେ ଅବଗତ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ