ସର୍ବଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ: ଝାରସୁଗୁଡାକୁ ହରାଇ ୟୁନିୟନ ସ୍ପୋଟିଂ କଟକ ସେମିଫାଇନାଲରେ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ମିନି ଷ୍ଟାଡିୟମ ଠାରେ ଶାନ୍ତି ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ୨୧ତମ ସର୍ବଭାରତୀୟ କିଶୋର ନାୟକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବନ୍ତ କପ୍‌ର ୨ୟ ଲିଗ୍ ମ୍ୟାଚ୍ ୟୁନିୟନ ସ୍ପୋଟିଂ କଟକ ଓ ପ୍ରୋଗ୍ରେସିଭ୍ ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଝାରସୁଗୁଡାକୁ ହରାଇ ୟୁନିୟନ ସ୍ପୋଟିଂ କଟକ ସେମିଫାଇନାଲକୁ ପ୍ରବେଶ କରିଛି । ପ୍ରୋଗ୍ରେସିଭ୍ ଝାରସୁଗୁଡା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୟୁନିୟନ ସ୍ପୋଟିଂ କଟକ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୬୩ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ନିର୍ଣ୍ଣିମେଶ ଜେନା ୫୮ ଓ ପଙ୍କଜ ସେନାପତି ୨୩ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ପୁଷ୍କର ରାଜ ୨ ଓ ସୌଭାଗ୍ୟ ରାଉତ ୨ ଉଇକେଟ ନେଇଥିଲେ । ଜବାବରେ ପ୍ରୋଗ୍ରେସିଭ୍ ଝାରସୁଗୁଡା ୨୦ ଓଭରରେ ୯ ଉଇକେଟ ହରାଇ ୧୩୩ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ସୁଜଲ ସିଂ ୩୩ ଓ ଯତୀନ ରାଜା ୩୫ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ଶୁଭମ ପ୍ରିୟଦର୍ଶୀ ୪ ଓ ମହାପ୍ରସାଦ ସାହୁ ୨ ଉଇକେଟ ନେଇଥିଲେ । ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ୟୁନିୟନ ସ୍ପୋଟିଂର ଶୁଭମ ପ୍ରିୟଦର୍ଶୀଙ୍କୁ ବିବେଚିତ କରାଯାଇଥିଲା । ଅମ୍ପାୟର ଭାବେ ସେକ୍ ୟାକତ୍ ଅଲ୍ଲୀ, ପ୍ରାଣନାଥ ଜେନା, ମ୍ୟାଚ୍ ରେଫରୀ ଲଲାଟ କେଶରୀ ନନ୍ଦ, ସ୍କୋରର ସସ୍ମିତା ସାହୁ, ଜ୍ୟୋତି ରଞ୍ଜନ ଜେନା, ଭାଷ୍ୟକାର ସଞ୍ଜୟ ମଜୁମଦାର, ସେକ୍ ଆଜାରୁଦ୍ଦିନ୍‌, ସୁଶାନ୍ତ ଜେନା ଦାୟୀତ୍ୱ ତୁଲାଇଥିଲେ । ମ୍ୟାଚ୍ ପରିଚାଳନାରେ ନିକି ମଇକାପ, ବିଶ୍ୱଜିତ୍ ଜେନା, ସଚୀନ ବିଶ୍ୱାଳ, ହନୁମାନ ସାହୁ, ଜିତନ ବିଶ୍ୱାଳ, ସରୋଜ ଜେନା, ସୌମ୍ୟ ରଞ୍ଜନ ବିଶ୍ୱାଳ ସହଯୋଗ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ବିଡିଓ ପ୍ରଦୀପ କୁମାର ସେଠୀ, ଅବସରପ୍ରାପ୍ତ ଅଧ୍ୟାପକ ରାଜ କିଶୋର ଆଚାରୀ, ବନ୍ତ କଲେଜର ପୂର୍ବତନ ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଆସନ୍ତାକାଲିର ସେମିଫାଇନାଲ ମ୍ୟାଚ୍ ୟୁନିୟନ ସ୍ପୋଟିଂ କଟକ ଓ ରାଇଜିଂ ଷ୍ଟୁଡେଣ୍ଟ କଟକ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିଟିର ବରିଷ୍ଠ ସଦସ୍ୟ ମୁକ୍ତିକାନ୍ତ ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ