ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠାତାଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଲୋଚନା ଚକ୍ର

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ବୁଧବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଛତ୍ରପୁର ଆଂଚଳିକ ପରିଷଦ ପକ୍ଷରୁ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ଭଗବତୀ ଚରଣ ପାଣିଗ୍ରାହୀଙ୍କ ଜନ୍ମ ବାର୍ଷିକୀ ପାଳନ ସହ ଏକ ଆଲୋଚନା ଚକ୍ର ଛତ୍ରପୁର ଜୋନ୍ ର ସମ୍ପାଦକ ଡି. ଆଦି ନାରାୟଣ ରେଡ୍ଡୀ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିପିଆଇ ଗଞ୍ଜାମ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ଉତ୍କଳ ମହିଳା ସମିତିର ରାଜ୍ୟ ସହ ସମ୍ପାନେତ୍ରୀ ଏନ୍‌. ଭାନୁମତି ରେଡ୍ଡୀ, ସିପିଆଇ ଚମାଖଣ୍ଡି ଜୋନ୍ ର ସମ୍ପାଦକ ସି. ଏଚ୍‌. ଜନାର୍ଦ୍ଦନ ରେଡ୍ଡୀ, ଜିଲ୍ଲାର କୃଷକ ନେତା ଏସ୍‌. କ୍ରିଷ୍ଣା ରେଡ୍ଡୀ, ଶ୍ରମିକ ନେତା ତଥା ଆଇନଜିବୀ କୈଳାଶ ଚନ୍ଦ୍ର ପଲାଇ, ଯୁବନେତା ଏସ୍‌. ତ୍ରିନାଥ ରେଡ୍ଡୀ, ନବିନ ଗୌଡ, ସିକନ୍ଦର ଖାନ୍ ପ୍ରମୁଖ ଆଲୋଚନାରେ ଭାଗ ନେଇ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଓଡିଶା ପ୍ରତି ତ୍ୟାଗ, ଗରିବ ଜନସାଧାରଣଙ୍କ ସେବା ଉପରେ କହିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗ ଦେଇ ଓଡିଶାର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ଉପରେ ଆଲୋଚନା କରିବା ସହ ଚଳିତ ବଜେଟ୍ ଜନମାରଣା ବଜେଟ୍ ହୋଇଥିବାରୁ ଏହାକୁ ବିରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ