କୋଣାର୍କ ଭଗବତୀ ପୀଠରେ ଗୋପ ବ୍ଲକ ସରପଞ୍ଚ ଏକତା ମଂଚର ସାଂଗଠନିକ ବୈଠକ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ମା ଭଗବତୀ ପୀଠ ଠାରେ ବୁଧବାର ପୂର୍ବାହ୍ନ ୧୧ଘଟିକା ସମୟରେ ଗୋପ ବ୍ଲକ ସରପଞ୍ଚ ଏକତା ମଂଚର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋପ ବ୍ଲକ ସରପଞ୍ଚ ଏକତା ମଂଚର ସଭାପତି ତଥା ବଉଲାଙ୍ଗ ସରପଞ୍ଚ ନରହରି ଦଳାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାଂଗଠନିକ ବୈଠକରେ ଗୋପ ବ୍ଳକର ୩୧ଗୋଟି ଗ୍ରାମ ପଞ୍ଚାୟତରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ କାର୍ଯ୍ୟ କରିବା ଉପରେ ନିର୍ବାଚିତ ଜନପ୍ରତିନିଧି ମାନେ ଗୁରୁତ୍ବାରୋପ କରି ଗ୍ରାମ ପଞ୍ଚାୟତର ଉନ୍ନତି ଦିଗରେ ବ୍ରତୀ ହେବାକୁ ଆଲୋକପାତ କରାଯାଇଥିଲା। ଗ୍ରାମ ପଞ୍ଚାୟତ ଗୁଡିକୁ ଆସୁଥିବା ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ନିମନ୍ତେ ଆସୁଥିବା ଅସୁବିଧା ଦିଗରେ ସାମୁହିକ ପ୍ରଚେଷ୍ଟା ଜାରି ରଖି କାର୍ଯ୍ୟ କରିବା ଦିଗରେ ଯତ୍ନବାନ ହେବାକୁ ଆହ୍ବାନ କରାଯାଇଥିଲା। ମଂଚ ସବୁ ସମୟରେ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ଅସୁବିଧା ସୃଷ୍ଟି କରୁଥିବା ବ୍ଯକ୍ତି ବିଶେଷ ମାନଙ୍କ ବିରୁଦ୍ଧରେ ସାମୁହିକ ଲଢେଇ ଜାରି ରଖିବା ପାଇଁ ଗୋପ ବ୍ଳକର ୩୧ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ମାନେ ମା ଭଗବତୀ ପୀଠରେ ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଂଚର ସଂପାଦକ ଉପେନ୍ଦ୍ର କାନୁନଗୋ ସାଂଗଠନିକ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ବୈଠକ ରେ ପୁରୀ ସତ୍ୟବାଦୀ ବ୍ଲକ୍ ର ବିଦ୍ୟାଧରପୁର ଗ୍ରାମପଞ୍ଚାୟତ, ସଦର ବ୍ଲକ୍ ର ବାଲିପୁଟ ଗ୍ରାମପଞ୍ଚାୟତ, ନିମାପଡ଼ା ବ୍ଲକ୍ ର ବଳଙ୍ଗା ଗ୍ରାମପଞ୍ଚାୟତ ର ସରପଂଚ ମାନେ ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ଗୋପ ବ୍ଲକ ର ୭ ଗୋଟି ଗ୍ରାମପଞ୍ଚାୟତ ରୁ ଆସିଥିବା ନରହରି ଦଳେଇ, ଉପେନ୍ଦ୍ର କାନୁନଗୋ, ମହେଶ୍ୱର ସ୍ୱାଇଁ, ସିର୍ଶରଞ୍ଜନ ନାୟକ, ବିଶ୍ୱଜିତ୍ ସ୍ୱାଇଁ, ସୁଶାନ୍ତ ପରିଡ଼ା, ଜଗବନ୍ଧୁ ବିଶ୍ଵାଳ ପ୍ରମୁଖ ୭ ଜଣ ସରପଞ୍ଚ ମାନଙ୍କୁ ନେଇ ଏକତା ମଞ୍ଚ ର କମିଟି ଗଠନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସୁତନ ଗ୍ରାମ ପଞ୍ଚୟତର ର ରମା ବେହେରା, ଓ ମହଲପଡ଼ା ଗ୍ରାମପଞ୍ଚାୟତ ର ଶୀର୍ଷ ରଞ୍ଜନ ନାୟକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ