ସର୍ବଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ: ୟୁନିୟନ ସ୍ପୋଟିଂକୁ ହରାଇ ରାଇଜିଂ ଷ୍ଟୁଡେଣ୍ଟ ଫାଇନାଲରେ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ମିନି ଷ୍ଟାଡିୟମ ଠାରେ ଶାନ୍ତି ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ୨୧ତମ ସର୍ବଭାରତୀୟ କିଶୋର ନାୟକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବନ୍ତ କପ୍‌ର ଗ୍ରୁପ୍‌- ‘ଏ’ର ୧ମ ସେମିଫାଇନାଲ ମ୍ୟାଚ୍ ଆଜି ରାଇଜିଂ ଷ୍ଟୁଡେଣ୍ଟ କଟକ ଓ ୟୁନିୟନ ସ୍ପୋଟିଂ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୟୁନିୟନ ସ୍ପୋଟିଂ କଟକକୁ ହରାଇ ରାଇଜିଂ ଷ୍ଟୁଡେଣ୍ଟ କଟକ ଫାଇନାଲକୁ ପ୍ରବେଶ କରିଛି । ୟୁନିୟନ ସ୍ପୋଟିଂ କଟକ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ୧୯.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୧୫ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ନିର୍ଣ୍ଣିମେଶ ଜେନା ୪୯ ଓ ଜ୍ୟୋତି ରଞ୍ଜନ ଦଳେଇ ୧୮ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ସତ୍ୟ ପାଢୀ ୩ ଓ ପ୍ରଦୀପ୍ତ ଦାସ ୩ ଉଇକେଟ ନେଇଥିଲେ । ଜବାବରେ ରାଇଜିଂ ଷ୍ଟୁଡେଣ୍ଟ କଟକ ୧୭ ଓଭରରେ ୪ ଉଇକେଟ ହରାଇ ୧୧୯ ରନ୍ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ସୌଭାଗ୍ୟ ମିଶ୍ର ୫୨ ଓ ଅଭିମାନ ବିଶ୍ୱାଳ ୩୭ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ପ୍ରଶାନ୍ତ ରଣା ୨ ଓ ବାଦଲ ବିଶ୍ୱାଳ ୧ ଉଇକେଟ ନେଇଥିଲେ । ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ରାଇଜିଂ ଷ୍ଟୁଡେଣ୍ଟର ପ୍ରଦୀପ୍ତ ଦାସଙ୍କୁ ବିବେଚିତ କରାଯାଇଥିଲା । ଅମ୍ପାୟର ଭାବେ ଦେବବ୍ରତ ଦାସ, ରଞ୍ଜନ ମହାନ୍ତି, ସାର୍ଥକ ବିଶ୍ୱାଳ, ମ୍ୟାଚ୍ ରେଫରୀ ଅଶୋକ ଜେନା, ସ୍କୋରର ଜ୍ୟୋତି ରଞ୍ଜନ ଜେନା, ସୁଶ୍ରୀ ସସ୍ମିତା ସାହୁ, କ୍ଷୀରୋଦ ନାୟକ, ଭାଷ୍ୟକାର ସଞ୍ଜୟ ମଜୁମଦାର, ସେକ୍ ଆଜାରୁଦ୍ଦିନ, ସୁଶାନ୍ତ ଜେନା ଦାୟୀତ୍ୱ ତୁଲାଇଥିଲେ । ମ୍ୟାଚ୍ ପରିଚାଳନାରେ ଟୁପୁନ ବିଶ୍ୱାଳ, ଜ୍ୟୋତି ନାୟକ, ଉମାକାନ୍ତ ନାୟକ, କେଦାରନାଥ ମହାନ୍ତି, ଶିଶିର ବିଶ୍ୱାଳ, ଗୋବିନ୍ଦ ଚନ୍ଦ୍ର ବାରିକ, ମୁକ୍ତିକାନ୍ତ ସାହୁ, ପ୍ରକାଶ ନାୟକ, ପଞ୍ଚାନନ ନାୟକ, ମଳୟ ନାୟକ, ମାର୍କଣ୍ଡ ବେହେରା, ଅକ୍ଷୟ ଧଳ, ପ୍ରଫୁଲ୍ଲ ରାଉତ ସହଯୋଗ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ପଢିଆରୀପଲ୍ଲୀ ସରପଞ୍ଚ ଅଜିତ୍ କୁମାର ରାଉତ, ଧବଳେଶ୍ୱର ପଟ୍ଟନାୟକ, ହାଟଡିହୀ ସରପଞ୍ଚ ଚିନ୍ମୟ ନାୟକ, ଚିତ୍ତ ରଞ୍ଜନ ପାତ୍ର, ଅଜୟ ନାୟକ, ସୁଧାକର ଓଝା, ରବିନ୍ଦ୍ର ସାହୁ, ଅଧ୍ୟାପକ ରଘୁନାଥ ପୃଷ୍ଟି ଅତିଥି ଭାବେ ଯୋଗ ଦେଇଥିଲେ । ଆସନ୍ତାକାଲି ୨ୟ ଗ୍ରୁପର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ୍ ବୋକାରୋ ଷ୍ଟାର ଏକାଡେମୀ ଝାଡଖଣ୍ଡ ଓ ଇଷ୍ଟକୋଷ୍ଟ ରେଲୱେ ବିଶାଖାପାଟଣା ମଧ୍ୟରେ ଅନୁଷ୍ଠିତ ହେବ ବୋଲି କମିଟିର ସଂପାଦକ ସୁବାଷ ବିଶ୍ୱାଳ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ