ସୁନାବେଶ ରେ ଦର୍ଶନ ଦେଲେ ମାଧବ ର ଶ୍ରୀ ମାଧବାନନ୍ଦ ଜିୟୁ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ମାଘ ମାସ ଏକାଦେଶୀ ତିଥି ଯାହା ଭ୍ୟୌମ ଏକାଦେଶୀ ନାମ ରେ ପ୍ରସିଦ୍ଧ।ପ୍ରାଚୀ ଉପତ୍ୟକା ର ମାଧବ ଗ୍ରାମ ରେ ପୂଜା ପାଇ ଆସୁଥିବା ପ୍ରସିଦ୍ଧ ପ୍ରଭୁ ମାଧବାନନ୍ଦ ଜିୟୁ ଙ୍କ ପ୍ରତିଷ୍ଠା ଦିବସ।ଏଥିପାଇଁ ମାଧବ ମନ୍ଦିର ଓ ଗାଁ ଉତ୍ସବ ମୁଖର ହୋଇପଡିଛି। ମାଧବ ମନ୍ଦିର କୁ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କର ମାମୁଁ ଘର ବୋଲି କୁହାଯାଇଥାଏ। ଲୋକକଥା ରହିଛି ଯେ, ଦ୍ଵାପର ଯୁଗରେ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିର ପ୍ରଭୁ ମାଧବ ଙ୍କୁ ଏଠାରେ ଏହି ଦିନ ସ୍ଥାପନା କରି ପୂଜା କରିଥିଲେ ଓ ସେହି ଦିନଠାରୁ ପ୍ରଭୁ ମାଧବାନନ୍ଦଏଠାରେ ପାଇ ଆସୁଛନ୍ତି। ପରବର୍ତ୍ତୀ ସମୟରେ ପ୍ରାୟ ଦ୍ବାଦଶ ଶତାବ୍ଦୀ ରେ ଗଜପତି ଦ୍ଵିତୀୟ ଅନଙ୍ଗଭୀମ ଦେବ ଏଠାରେ ଠାକୁର ଙ୍କ ମନ୍ଦିର ନିର୍ମାଣ କରାଇଥିଲେ। ମାଘ ମାସ ର ଭୌମ ଏକାଦେଶୀ କୁ ମାଧବ ଠାକୁର ଙ୍କ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଇଆସୁଅଛି। ଭୌମ ଏକାଦେଶୀ ପାଇଁ ପାରମ୍ପରିକ ପ୍ରଥାନୁସାରେ ଠାକୁର ଙ୍କୁ ସୁନାବେଶ ରେ ସଜ୍ଜିତ କରାଯାଇଛି। ପ୍ରାତଃ ରୁ ମନ୍ଦିର ରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଛି। କରୋନା କଟକଣା ହଟି ଯାଇଥିବାରୁ ମାଧବ ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତ ମାନେ ପ୍ରାଚୀ ନଦୀ ରେ ବୁଡ଼ ପକାଇ ଠାକୁର ଙ୍କୁ ଦର୍ଶନ କରୁଛନ୍ତି। ଅନେକ ଭକ୍ତ ଠାକୁର ଙ୍କୁ ତୁଳସୀ ମାଳ ଅର୍ପଣ କରିବା ସହିତ ଚୁଡ଼ାଘସା, ଦହି, କଦଳୀ ଭୋଗ ଲାଗି କରୁଛନ୍ତି। ମନ୍ଦିର ଚାରିପଟେ ମେଳା ଲାଗିଛି। ନିଆଳି ଥାନା,ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭ୍ୟୌମ ଏକାଦେଶୀ ପାଇଁ ମାଧବ ମନ୍ଦିର ଉତ୍ସବ ମୁଖର ହୋଇପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ