ଫବୃୟାରୀ ୧୮ ମହା ଶିବରାତ୍ରୀ ଉପଲକ୍ଷେ ମହାଶିବ, ମହାଶକ୍ତି, ମହାଦେବ, ମହାଯୋଗୀ ଓ ମହାମୃତ୍ୟୁଞ୍ଜୟ

ପ୍ରଦୀପ ସେନାପତି
ତେତିଶିକୋଟି ଦେବାଦେବୀ, ଅସୁର ପ୍ରବୃତ୍ତି, ମାନବଗଣ, ପଶୁପକ୍ଷୀ, ବୃକ୍ଷଲତା ଆଦି ତାଙ୍କ ପାଦତଳେ ଆଶ୍ରିତ । ସେ କୌଣସି ଦେବାଦେବୀମାନଙ୍କୁ ପୂଜା, ତପସ୍ୟା କରନ୍ତି ନାହିଁ କିମ୍ବା ବିଶ୍ୱବ୍ରହ୍ମାଣ୍ଡ ବୁଲନ୍ତି ନାହିଁ । ସେ ଗୋଟିଏ ସ୍ଥାନରେ ମହାଯୋଗରେ ବସି ଚାରିଯୁଗକୁ ଚଳଚଞ୍ଚଳ କରାଇଥାନ୍ତି । ତାଙ୍କ ସହିତ କେବେ କୌଣସି ପ୍ରକାର ଯୁଦ୍ଧ କରିବା ପାଇଁ ସାହସ କଲେ ଭଷ୍ମ ହେବା ନିଶ୍ଚିତ ବୋଲି ପୌରାଣିକ ତଥ୍ୟ ବର୍ଣ୍ଣନା କରିଛି । ଯେକୌଣସି ଦେବାଦେବୀ କିମ୍ବା ଅସୁର ମାନଙ୍କର ମହାବିପତ୍ତି ପଡ଼ିଲେ ତାଙ୍କ ପାଖକୁ ଆସି ଆତ୍ମରକ୍ଷା ଲାଗି ଆଶୀର୍ବାଦ ଲୋଡିଛନ୍ତି । ସେଥିପାଇଁ ଶିବଙ୍କର ନାମ ଓଲଟାଇଲେ ‘ବସି’ ରହି ଚାରିଯୁଗ ପାଇଁ ସମସ୍ତ ପ୍ରକାର ସୁବ୍ୟବସ୍ଥା କରିଛନ୍ତି । ତେତିଶିକୋଟି ଦେବାଦେବୀ, ଅସୁର, ମାନବଗଣଙ୍କ ପାଇଁ ସେ ହେଲେ ଏକନମ୍ବର ମହାଦେବତା । ସେଥିପାଇଁ ଦେବତାମାନଙ୍କ ପାଖରେ ସେ ହେଉଛନ୍ତି ମହାନ୍‌, ସେଥିପାଇଁ ସେ ‘ମହାଦେବ’ ଅଟନ୍ତି । ପ୍ରକୃତିର ସେ ତାଣ୍ଡବ ପରିବେଶ ଓ ପରମେଶ୍ୱର । ଆମେ ବୋଧହୁଏ ଏ ପର୍ଯ୍ୟନ୍ତ ବୁଝିପାରିନାହୁଁ, ବା ବାସ୍ତବରେ ଏ ପର୍ଯ୍ୟନ୍ତ ହୃଦୟଙ୍ଗମ କରିପାରିନାହୁଁ ଯେ ପ୍ରକୃତିର ତାଣ୍ଡବ ପରିବେଶ ଓ ପରମେଶ୍ୱରଙ୍କର ଏ ମହାନ ବିଚିତ୍ର ସୃଷ୍ଟିରେ ପରସ୍ପର ମଧ୍ୟରେ ଘନିଷ୍ଠ ସମ୍ପର୍କ ଅଛି । ଏହି ବୁଝାମଣା ଅଭାବରୁ ଆମର ଅନେକ ଅଧୋଗତି ଘଟୁଛି । ପ୍ରକୃତରେ ପରମେଶ୍ୱର ‘ଶିବ’ ମଙ୍ଗଳମୟ । ସେ କେବଳ ସମସ୍ତଙ୍କର ହିତସାଧନ କରନ୍ତି । ସେଥିପାଇଁ ସେ ଏହି କଳ୍‌କୀ ଯୁଗରେ ମାନବମାନଙ୍କ ପାଇଁ ବର୍ଷକରେ ଗୋଟିଏ ଦିନ ଉଜାଗର ହୋଇ ଜାଗର ଜଳାଇ ମହାଶକ୍ତିଙ୍କୁ ମହାଶିବ ରାତ୍ରିରେ ଧ୍ୟାନମଗ୍ନରେ ତପସ୍ୟା କରିପାରିଲେ ମହାଦାନୀଙ୍କୁ ନିଜର ବସ୍ତ୍ର ମାଗିଲେ ମଧ୍ୟ ସେ ତତ୍‌କ୍ଷଣାତ କୁଣ୍ଠାବୋଧ ନହୋଇ ଉତ୍କଣ୍ଠାର ସହିତ ନିଜର ବସ୍ତ୍ରକୁ ଲଙ୍ଗଳା ହୋଇ ଦେଇଦିଅନ୍ତି । ସେ କୋପେବର ନହେଲେ ତୋପେବର । କୁହାଯାଇଛି ଶିବବସ୍ତ୍ର ପରକୁ ଦେଇ-ଶିବ ପଳାଇଲେ ଲଙ୍ଗଳା ହୋଇ । ରାମାୟଣରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ବାବାଃ ତପସ୍ୟା କରି ବର ମାଗିଥିଲେ ଏବଂ ଫଳପ୍ରଦ ହୋଇଥିଲେ । ମହାଭାରତରେ ମଧ୍ୟ ଶ୍ରେଷ୍ଠ ଧନୁର୍ଦ୍ଧର ଯୋଦ୍ଧା ଭାବରେ ଖ୍ୟାତିଲାଭ କରିଥିଲେ ମଧ୍ୟମ ପାଣ୍ଡବ ଅର୍ଜୁନ । ଭଗବାନ ଶଙ୍କରଙ୍କୁ ତପସ୍ୟାରେ ପ୍ରସନ୍ନ କରି ଶକ୍ତିଶାଳୀ ହେବା ନିମିତ୍ତ ଅର୍ଜୁନ ଘୋର ତପସ୍ୟା କରିଥିଲେ । କଠୋର ତପସ୍ୟାରେ ଶିବଶଙ୍କର ପ୍ରସନ୍ନ ହୋଇ ବର ଯାଚଜ୍ଞା କରିଥିଲେ । ରାବଣ ମଧ୍ୟ ତପସ୍ୟା ବଳରେ ମହାଦେବଙ୍କ ଠାରୁ ଅମରବର ପ୍ରଦାନ ହାସଲ କରିଥିଲେ ।ତାଙ୍କର ପରିବାର ଏକ ଆଦର୍ଶ ପରିବାର । କାରଣ ତାଙ୍କର ପରିବାରରେ ପରସ୍ପର ବିରୋଧି ବା ଶତୃମାନେ ଏକତ୍ର ସହାବସ୍ଥାନ କରି ଶାନ୍ତିରେ ଅଛନ୍ତି । ବିନା ହିଂସା, ଦ୍ୱେଷ, ଅସୂୟା ଏବଂ ଘୃଣା ଭାବନାରେ । ‘ଶିବଙ୍କର’ ବକ୍ଷରେ ଶୋଭିତ ସର୍ପର ଭକ୍ଷକ ହେଉଛି ମୟୁର ସେ ହେଉଛି କାର୍ତ୍ତିକଙ୍କର ବାହାନ । ଏଣେ ସର୍ପ ମୂଷିକର ଭକ୍ଷକ, ଯାହା ଗଣେଶଙ୍କର ବାହାନ । ନିଜର ବାହନ ନନ୍ଦିଭୃଙ୍ଗିର ଭକ୍ଷକ ହେଉଛି ସିଂହ ଯେ ପାର୍ବତୀଙ୍କର ବାହାନ । କେବଳ ଏହିଭଳି ଶତୃ ଏବଂ ଭକ୍ଷ-ଭକ୍ଷକ ଯେ ଶାନ୍ତିରେ ଏକତ୍ର ବାସ କରୁଛନ୍ତି ତା ନୁହେଁ, ଭଗବାନ ଶିବ ପ୍ରକୃତିର ଶ୍ରେଷ୍ଠ ଉପାସକ । ତାଙ୍କର ମସ୍ତିଷ୍କରେ ଅର୍ଦ୍ଧଚନ୍ଦ୍ର (କ୍ରମବର୍ଦ୍ଧମାନ) ଏବଂ ମା’ ଗଙ୍ଗା ଅବସ୍ଥିତ । ସେ ବିବାହ କରିଛନ୍ତି ହିମାଳୟର କନ୍ୟା ମା ପର୍ବତୀଙ୍କୁ । ଗୋସ୍ୱାମୀ ତୁଳସୀ ଦାସ ଏହି ମଙ୍ଗଳମୟ ସଦାଶିବଙ୍କୁ ପ୍ରାର୍ଥନା କରି ପାଇଛନ୍ତି । ଅଗଣିତ ପ୍ରାଣୀ ବାସ କରୁଛନ୍ତି ବିଶ୍ୱବ୍ରହ୍ମାଣ୍ଡରେ । ପ୍ରତ୍ୟେକଙ୍କର ଖାଦ୍ୟ ଚିନ୍ତା ରହିଛି ନିଶ୍ଚୟ । ଜୀବନଧାରଣ ନିମିତ୍ତ ଏହା ନିତ୍ୟାନ୍ତ ଆବଶ୍ୟକ । କିଏ ବେଶୀ ତ କିଏ କମ୍ ଖାଦ୍ୟ ଜୀବନ ଧାରଣ କରିଥାନ୍ତି । ତେବେ ପ୍ରତ୍ୟେକ ଜୀବ ନିଜର ଆକୃତି ଅନୁସାରେ ଖାଦ୍ୟ ଗ୍ରହଣ କରି ବଞ୍ôଚଥାନ୍ତି । ଏ ସମ୍ପର୍କରେ ଦିନେ ନିମ୍ନୋକ୍ତ କଳ୍‌କୀ ପୌରାଣିକରୁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ