୫୭ତମ ବିଶ୍ଵଶାନ୍ତି ଗୀତାଯଜ୍ଞ ନିମନ୍ତେ ଶୁଭ ପତାକା ସ୍ଥାପନ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସୋସୋ ଠାରେ ୫୭ତମ ବିଶ୍ଵଶାନ୍ତି ଗୀତାଯଜ୍ଞ ନିମନ୍ତେ  ଶୀରାମଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ବସନ୍ତ ପଞ୍ଚମୀ ଅବସରରେ ପୂଜାର୍ଚ୍ଚନା କରାଯାଇ ଶୁଭ ପତାକା ସ୍ଥାପନ କରଯାଇଛି। କମିଟିର ସଭାପତି ରମେଶ ଚନ୍ଦ୍ର ମହାନ୍ତି ,ସମ୍ପାଦକ ସୁକୁମାର ଦାସ, ସହ ସମ୍ପାଦକ ଶରତ ଚନ୍ଦ୍ର ରାଉତ , କୋଷାଧ୍ୟକ୍ଷ ନାରାୟଣ ଚନ୍ଦ୍ର ରାଉତ, ବୈଲୋଚନ ନାୟକ, ଆନନ୍ଦ ସିଂହ , ରମାକାନ୍ତ ସିଂହ , ଭିମସେନ ବେହେରା,  କୁଳମଣି ରାଉତ, ଗୋପବନ୍ଧୁ ରାଉତ, କମଳାକାନ୍ତ ମହାନ୍ତିଙ୍କ ଉପସ୍ଥିତିରେ ପଣ୍ତିତ, ପୁରୋହିତ, ବ୍ରାହ୍ମଣ ପ୍ରମୁଖଙ୍କ ନିଷ୍ପତି କ୍ରମେ ଯଜ୍ଞକାର୍ଯ୍ୟର ନିତି ନିର୍ଘଣ୍ଟ  ଓ  ଦିନଧାର୍ଯ୍ୟ କରାଯାଇଛି । ପଣ୍ଡିତ ବୈଦ୍ୟନାଥ ନନ୍ଦ, ସୁଧାକର ପତି ପୂଜାର୍ଚ୍ଚନା କରିଥିଲେ । ଏଥିରେ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ । ୩୦ ତାରିଖ ଦିନ  କଳଶ ଶୋଭାଯାତ୍ରା ହୋମଯଜ୍ଞ ସହିତ ୩୧ ତାରିଖ ଠାରୁ ଯଜ୍ଞକୁଣ୍ଡରେ ସମସ୍ତଙ୍କ ମାନସିକ ଚରୁବସିବା ସହ ସମସ୍ତ ଭକ୍ତବୃନ୍ଦ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯିବ।  ୧ତାରିଖ ପୂର୍ଣ୍ଣାହୁତି ଓ ୨ତାରିଖ ପ୍ରବଚନ, ଭଜନ ସମାରୋହ ସମେତ ବିଭିନ୍ନ  ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ଧାର୍ଯ୍ୟ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ