ଶ୍ରୀ ଚଣ୍ଡୀ ସାରଳା ମାଦଳା ଗ୍ରନ୍ଥର ଉନ୍ମୋଚନଉତ୍ସବ
ତିର୍ତୋଲ, (ଅଭିଷେକ ତ୍ରିପାଠୀ):ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ଠାରେ ପବିତ୍ର ମହାଶିବରାତ୍ରୀ ଜାଗରଯାତ୍ରା ଦିନ ମା’ସାରଳା ଓ ଆଦିକବି ସାରଳାଦାସ ଙ୍କ ଉପରେ ଆଧାରିତ ଏକ ଗବେଷଣାମ୍ତକ ତିନିଶହ ଚଉରାଲିସ ପୃଷ୍ଠା ସମ୍ବଳିତ ସଚିତ୍ର ଗ୍ରନ୍ଥ “ଶ୍ରୀ ଚଣ୍ଡୀ ସାରଳା ମାଦଳା ” ର ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଏହି ଉପଲକ୍ଷେ ଆୟୋଜିତ ସାରସ୍ୱତ ସଭାରେ ରାଜ୍ୟ ଜଳସମ୍ପଦ ବିଭାଗ ର ସର୍ବୋଚ୍ଚ ଯନ୍ତ୍ରୀ ଇଂ ଭକ୍ତ ରଞ୍ଜନ ମହାନ୍ତି ସଭାପତିତ୍ୱ କରିଥିଲେ !ଏହି କାର୍ଯ୍ୟକ୍ରମ କୁ ଓଡିଶା ହାଇକୋର୍ଟ ର ପ୍ରାକ୍ତନ ନ୍ୟାୟମୂର୍ତ୍ତି ପ୍ରମଥ ପଟ୍ଟନାୟକ ଉଦଘାଟକ ଭାବେ ଯୋଗଦେଇ ଉଦଘାଟନ କରିଥିଲେ ! ମୁଖ୍ୟଅତିଥି ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ସାରଳା ଦେବୀ ଓ ସାରଳା କବି ଙ୍କ ଉପରେ ଏକ ତତ୍ତ୍ୱ ଓ ତଥ୍ୟ ସମ୍ବଳିତ ବକ୍ତବ୍ୟ ପ୍ରଦାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ! ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ ଏହିଗ୍ରନ୍ଥ କୁ ଇଂରାଜୀଭାଷାରେ ଅନୁବାଦ କରିବା ସହିତ ଡିଜିଟାଲ ମାଧ୍ୟମରେ ଯୁବସମାଜ ନିକଟରେ ପହଞ୍ଚାଇବା ନିମନ୍ତେ ଆବେଗପୂର୍ଣ୍ଣ ଆହ୍ୱାନ ଦେଇଥିଲେ ! ସ୍ୱତନ୍ତ୍ର ଅତିଥି ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ କୁଳପତି ଶୁକଦେବ ନନ୍ଦ ଅତୀତର ଅନୁଭୂତି କୁ ରୋମନ୍ଥନ କରିଥିବା ବେଳେ, ଅନ୍ୟତମ ସମ୍ମାନିତ ଅତିଥି ବନବିହାରୀ ନାୟକ ଓଡ଼ିଆ ଭାଷାର ବର୍ଣ୍ଷସୌଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ !ଏହି ଅବସରରେ ଝଙ୍କଡ଼ ମାଟିର ବରପୁତ୍ର ଭାବେ ଡକ୍ଟର ଅମରେନ୍ଦ୍ର ଦାସ , ହେମନ୍ତ କୁମାର ରଥ , ସୂର୍ଯ୍ୟକାନ୍ତ ମହାନ୍ତି , ଡ କୈଳାଶ ଚନ୍ଦ୍ର ଦାଶ , ଓ ଝଙ୍କଡ଼ବାସିନୀ ସାରଳା ଗ୍ରନ୍ଥ ର ଲେଖକ ନିରଞ୍ଜନ ମେକାପ ଙ୍କୁ ସଭାପତି ଇଂ ଭକ୍ତରଞ୍ଜନ ମହାନ୍ତି ଙ୍କ ଦ୍ୱାରା ଉତ୍ତରୀୟ, ଓ ମା ସାରଳା ଙ୍କ ଫଟୋଚିତ୍ର ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା , !ପଣ୍ଡିତ ବାସବନନ୍ଦ ଅତିଥି ପରିଚୟ ଓ ଝଙ୍କଡ଼ ସାହିତ୍ୟ ସଂସଦ ର ସମ୍ପାଦକ ଗୋଲକ ବିହାରୀ ପଲାଇ ପୁସ୍ତକ ସମୀକ୍ଷା ପ୍ରଦାନ କରିଥିଲେ !ନିମନ୍ତ୍ରିତସମସ୍ତ ଅତିଥିମାନଙ୍କୁ ମଧ୍ୟ ଉପଢୌକନ ପ୍ରଦାନ କରାଯାଇ ଅନୁଷ୍ଠାନିକ ଭାବେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇ ଥିବାର ଦେଖିବାକୁ ମିଳିଥିଲା !ସର୍ବୋପରି ଶ୍ରୀ ଚଣ୍ଡୀ ସାରଳା ମାଦଳା ଗ୍ରନ୍ଥ ର ଲେଖକ ତଥା ମା ସାରଳାଙ୍କ ବଡ଼ପଣ୍ଡା ଆଇନୀଜୀଵି ରଞ୍ଜନ କୁମାର ପଣ୍ଡା ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ କରିବା ସହିତ ପ୍ରକାଶିତ ଗ୍ରନ୍ଥ ର ଉପାଦେୟତା ଓ ଆବଶ୍ୟକତା ଉପରେ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ !ତେବେ ଶ୍ରୀ ପଣ୍ଡା ଙ୍କର ଏହି କ୍ରାନ୍ତିକାରୀ ସାରସ୍ୱତ ସାଧନା କୁ ସମସ୍ତ ଅତିଥି ଭୁୟସୀ ପ୍ରଂଶସା କରି , ଏହି ଗ୍ରନ୍ଥ ଟି ଆଗାମୀ ପିଢ଼ି ପାଇଁ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ !ପରିଶେଷରେ ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !ଏହି ସମସ୍ତ କାର୍ଯ୍ୟକ୍ରମକୁ ନାରାୟଣ ପ୍ରସାଦ ଜେନା ସତ୍ୟଭୂଷଣ ଦାସ , ବିପ୍ଳବ ପଣ୍ଡା ଓ ଶ୍ରୀମତୀ ଚିନ୍ମୟୀ ପଣ୍ଡା ଦେବବ୍ରତ ନାୟକ, ଓ ସାମ୍ବାଦିକ ଭୈରବ ବ୍ରହ୍ମ ପ୍ରମୁଖ ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !