ପୃଥିବୀର ଧନୀ କେନ୍ଦୁଝରଜିଲ୍ଲା ଖଣିଶ୍ରମିକ ଭୋକଉପାସରେ…

ମାୟାଧର ନାୟକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୃଥିବୀର ଧନୀଜିଲ୍ଲା କେନ୍ଦୁଝରର ଖଣିଶ୍ରମିକ ପରିବାର ଭୋକଉପାସରେ… ଆଜି କାନ୍ଦୁଛି । ହଜାର ହଜାର ଖଣିଖାଦାନଶ୍ରମିକ ବେକାର । ଖଣି ଅଛି, ନିଯୁକ୍ତି ନାହିଁ । ମଣିଷମରାମେସିନ୍‍ ଛଡେଇନେଇଛି ଶ୍ରମଜୀବୀଙ୍କ ଦାନାକନା । ଯୋଡା ଖଣି ମଣ୍ଡଳରେ ରହିଛି ୯୪ଟି ଖଣି । ଦିନ ଥିଲା – ଏଠି ପାଖାପାଖି ୪୦ ହଜାରରୁ ଉର୍ଦ୍ଧ ଶ୍ରମିକ ବିହାର, ଝାରଖଣ୍ଡ, ଓଡିଶା ବିଶେଷକରି ଆଦିବାସୀ, ଦଳିତମାନେ ଆସି ‘ପଲାବାନ୍ଧି’, ‘ହଟିଂ’କରି ପଚାପୂତ୍ତିଗନ୍ଧମୟ ଅସ୍ୱାସ୍ଥ୍ୟକର ପରିବେଶରେ ପେଟପାଟଣା ପାଇଁ ପଡିରହି ରକ୍ତକୁ ପାଣିକରି ଖଟିଚାଲିଥିଲେ । ଆଜି ସବୁ ଶୂନଶାନ୍‍ । ଏମାନଙ୍କ ଭାଗ୍ୟରେ କେବେ ସୂର୍ଯ୍ୟୋଦୟ ହେବବୋଲି ବରିଷ୍ଠ ଶ୍ରମିକନେତା ମାୟାଧର ନାୟକ ଆଶାପ୍ରକାଶ କରି ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି । ଶ୍ରୀ ନାୟକ ଲେଖିଛନ୍ତି – କେନ୍ଦୁଝରର ୯୪ ଖଣିରୁ ମାତ୍ର ୩୧ଟି ଖଣି କାର୍ଯ୍ୟକ୍ଷମ ଥିଲାବେଳେ ୪ଟି ଖଣିକୁ ପୂର୍ବରୁ ଖୋଳିଥିବା ଲୁହାପଥର ପରିବହନ ପାଇଁ କ୍ଷମତା ମିଳିଛି । ଆଉ ୫୯ ଖଣିକୁ ରାଜ୍ୟସରକାର ୨୦୨୦ରେ ନିଲାମ କରିଦେଇଛନ୍ତି । ୨୦୨୨ରେ ୨୪ ହଜାର ୮୦୦ କୋଟି ଟଙ୍କା ରାଜସ୍ୱ ଆଦାୟ କରିଛନ୍ତି । କେବଳ ଯୋଡା ଖଣିମଣ୍ଡଳ ନୁହେଁ ବଉଳାଉପତ୍ୟାକା ଖଣିଅଞ୍ଚଳରେ ଖଣିନିଗମ, ଇମ୍ଫା, ‘୍ୟାକର୍‍, କାହିଁ କେଉଁଦିନୁ କ୍ରୋମାଇଟ୍‍ଖୋଳି ବୋହିନେଇଯାଇଛନ୍ତି । ଏବେ ସେଠି ଆଦିବାସୀ ହରିଜନ ପାଖାପାଖି ୧୦ ହଜାର ଶ୍ରମିକ ଭୋକଉପାସରେ ପଡିରହିଛନ୍ତି । ଖଣି ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଖଣିଜପାଣ୍ଠିରେ ୨୨ ହଜାର କୋଟି ଟଙ୍କା ଜମା ଥିଲେବି ସରକାର ଖର୍ଚ୍ଚ କରିବାକୁ କୁନ୍ଥୁ କୁନ୍ଥୁ । ଯୋଡା-ବଡବିଲ ଖଣିଗୁଡିକୁ କାହିଁ କେବେଠୁ ଟାଟା-ବିରଳା ପ୍ରମୂଖ ପାଖାପାଖି ୨୦ଟି ବଡ ଶିଳ୍ପପତି ହାତେଇନେଇ ତାଙ୍କ ହେଡ୍‍ଅ‘ିସ୍‍ ଓଡିଶାରେ ନକରି ଅନ୍ୟତ୍ର ବସାଇ ଓଡିଶା ସରକାରଙ୍କୁ ଟ୍ୟାକ୍ସ ଦେଉନାହାଁନ୍ତି । ପୁଣି ବିରାଟ ଠିକାଦାର ତାମିଲନାଡୁର ତ୍ରିବେଣୀକମ୍ପାନୀ ମାଲିକ ପ୍ରଭାକରନ୍‍, ଆଉ ଅନ୍ୟ ଠିକାଦାର ଆସି ଖଣିମାଲିକଙ୍କ ଖଣି ଖନନ ପାଇଁ ମଣିଷମରା ମେସିନ୍‍ ସାହାଯ୍ୟରେ ରାତିଦିନ ଲାଗିପଡିଛନ୍ତି । ଏହି ପ୍ରଭାକରନ୍‍ ଅଧିକାଂଶ ବିଜେଡି, ବିଜେପି, ଅନ୍ୟ ଦଳର ନେତା, ମନ୍ତ୍ରୀ, ବିଧାୟକଙ୍କୁ ଖୁସ୍‍କରି ତା’ର ରାଜନୀତି ରାଜୁତି ଚଳାଇଆସିଛି । ଏହିସବୁ ବଡବଡ ଖଣିମାଲିକ ଠିକାଦାରମାନେ ଭୁବନେଶ୍ୱରରେ କୋଠାବାଡି, ଗାଡି, ମଲ୍‍, ହୋଟେଲ୍‍ ବ୍ୟବସାୟ କରି ଆଡ୍ଡା ଜମାଇଛନ୍ତି । ଆଜିପର୍ଯ୍ୟନ୍ତ ବହୁ ଶ୍ରମିକନେତା ଶ୍ରମିକଙ୍କ ସ୍ୱାର୍ଥପାଇଁ କାକୁତି, ମିନତି, ଦାବିପତ୍ର, ସ୍ମାରକପତ୍ର, ଆନ୍ଦୋଳନ କରିଆସୁଛନ୍ତି – ହେଲେ କେହି କର୍ଣ୍ଣପାତ କରୁନାହାଁନ୍ତି । ଆରମ୍ଭରୁ ଏ ପର୍ଯ୍ୟନ୍ତ ଯେଉଁ ଖଣି ଶ୍ରମିକମାନେ କାମ କରୁଥିଲେ ସେମାନଙ୍କ ମ୍ମରୁ ବହୁଳାଂଶରେ ଆରପାରିକୁ ଚାଲିଗଲେଣି । ତାଙ୍କ ଛୁଆପିଲା ଯେଉଁମାନେ ବଞ୍ଚିଛନ୍ତି ସେମାନେ ଆଜି ଦାଣ୍ଡରଭିକାରୀ । ଅର୍ଦ୍ଧାହାର, ଅନାହାର, ରୋଗବୈରାଗରେ ଷଢୁଛନ୍ତି । ସେ ସବୁ ପୁରୁଣା, ଛଟେଇଶ୍ରମିକ ନାର୍ଯ୍ୟ, ଆଇନ୍‍ ଅନୁଯାୟୀ ବକେୟାପାଉଣା, ଯାହା ହକ୍‍ ପ୍ରାପ୍ୟ, ପ୍ରାୟ ଲକ୍ଷଲକ୍ଷକୋଟିଟଙ୍କା ପାଇବାରୁ ବଞ୍ଚିତ । ଆଜି କିନ୍ତୁ ୨୦୨୩ରେ ଆଦାନୀ-ଟାଟା ଅବସ୍ଥାକୁ ଦେଖୁଛନ୍ତି ତ ! ଅବିଳମ୍ବେ ସବୁ ଲିଜ୍‍ ନିଲାମ ଖଣିକୁ ବାତିଲ୍‍ କରି ସରକାରୀକରଣ କରାଯାଉ । ଶ୍ରମିକମାନଙ୍କ ବକେୟା ପାଉଣା ସହ ତୁରନ୍ତ କାମ ଦେବାକୁ ଶ୍ରୀ ନାୟକ ଦୃଢ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ