ବାଲିଯୋଡ଼ି ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କରପଡ଼ା ପଞ୍ଚାୟତର ବାଲିଯୋଡ଼ି ଗ୍ରାମରେ ବିଜେ ଶ୍ରୀ ସତ୍ୟପ୍ରିୟେଶ୍ୱର ମହାଦେବଙ୍କ ପୀଠରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଶ୍ରୀ ଶ୍ରୀ ହରିହରାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଶୁକ୍ରବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ପଣ୍ଡିତ ଶିବ ପ୍ରସାଦ ପଣ୍ଡା ଙ୍କ ପୌରହିତ୍ୟ ରେ ବ୍ରାହ୍ମଣ ଚକ୍ରପାଣି ପଣ୍ଡା, ଦୁର୍ଗାମାଧବ ପଣ୍ଡା ଓ ନୀଳକଣ୍ଠ ପଣ୍ଡା ପ୍ରମୁଖ ପୂଜାର୍ଚ୍ଚନା ହୋମ କାର୍ଯ୍ୟ  ସମାପନ କରିଥିଲେ।ଏହି ବିଶ୍ୱଶାନ୍ତି ମହାଯଜ୍ଞ ଆଗାମୀ ଏପ୍ରିଲ ୧୬ ତାରିଖ ବୈଶାଖ କୃଷ୍ଣ ଏକାଦଶୀ ତିଥି ଠାରୁ ୨୩ ତାରିଖ ବୈଶାଖ ଶୁକ୍ଳ ଅକ୍ଷୟ ତୃତୀୟା ତିଥି ପର୍ଯ୍ୟନ୍ତ ଦୀର୍ଘ ଏକ ସପ୍ତାହ ବ୍ୟାପି ଅନୁଷ୍ଠିତ କରାଯିବା ନିମନ୍ତେ ମହାଯଜ୍ଞ ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥି ଉପଲକ୍ଷେ ଶୁକ୍ରବାର ଶୈବ ପୀଠରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ହୋମ କୀର୍ତ୍ତନ ଇତ୍ୟାଦି କରାଯାଇ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା।  ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ କର୍ତ୍ତାଭାବେ କରପଡ଼ା ପଞ୍ଚାୟତ ସରପଞ୍ଚ ଫନେନ୍ଦ୍ର ଗୋସ୍ୱାମୀ ପୂଜାର୍ଚ୍ଚନା ହୋମ ରେ ସାମିଲ ଥିଲେ।ମହାଯଜ୍ଞ ସୁପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇ ସଭାପତି ଭାବେ ମୁରଲୀ ପ୍ରଧାନ, ସମ୍ପାଦକ ଭାବେ ଅଶୋକ କୁମାର ପ୍ରଧାନ ଓ କୋଷାଧ୍ୟକ୍ଷ  ଭାବେ ଶ୍ୟାମଘନ  ପ୍ରଧାନ ଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି। ମହାଯଜ୍ଞ କମିଟି ର ଉପଦେଷ୍ଟା ଭାବେ ରାଜେନ୍ଦ୍ର ପ୍ରଧାନ, ରାମେଶ୍ୱର ପାଣିଗ୍ରାହୀ, ବାବୁନାଥ ପ୍ରଧାନ, ଗଣେଶ ପ୍ରଧାନ, ନରସିଂହ ପ୍ରଧାନ, ପ୍ରଦୀପ କୁମାର କବି, ଗଣେଶ ପାତ୍ର ଓ କୁରାମଣି ପଟ୍ଟନାୟକ ଙ୍କୁ ମନୋନୀତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ